ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା! ମନ୍ଦିର ଭିତରେ ଜଣେ ଭକ୍ତ ବାନ୍ତି କରିବାରୁ ଆଜି ପୁଣି ବଡ଼ ମହାସ୍ନାନ, ଭକ୍ତଙ୍କ ଦର୍ଶନ ବନ୍ଦ
ପୁରୀ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବଡ଼ ମହାସ୍ନାନ । ଏହି କାରଣରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ତେବେ ମହାସ୍ନାନ ନୀତି ସରିବା ପରେ ପୁଣି ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଜଣେ ଭକ୍ତ ଭିତରକାଠ ନିକଟରେ ବାନ୍ତି କରିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ଆସନ୍ତାକାଲି ଫାଲଗୁନ ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହେବ। ଏହି ଉପଲକ୍ଷେ ଆସନ୍ତା ବୁଧବାର ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ରାତି ୮ଟାରେ ବନକଲାଗି ନୀତି ଶେଷ ପରେ ଦର୍ଶନ ସ୍ବାଭାବିକ ହେବ।
