ରାଜ୍ୟରେ ଆହୁରି ବଢିବ ତାତି, ୪୦ ଡିଗ୍ରୀ ଟପିବ ପାରଦ
ଭୁବନେଶ୍ୱର : ରାଜ୍ୟରେ ଆହୁରି ବଢ଼ିବ ତାତି । ଆସନ୍ତା ସପ୍ତାହବେଳକୁ ଆହୁରି ଗରମ ଅନୁଭୂତ ହେବ । ୧୪ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ପାରଦ ୪୦-୪୧ ଡିଗ୍ରୀ ସେଲସିୟସ୍ ରହିବ । ଏନେଇ ବିଦେଶୀ ପାଣିପାଗ ସଂସ୍ଥା ଆକ୍ୟୁୱେଦର ପୂର୍ବାନୁମାନ କରିଛି ।
ଏହି ପୂର୍ବାନୁମାନ ଅନୁସାରେ ୧୪ ତାରିଖ ବେଳକୁ ଭୁବନେଶ୍ୱର ତାପାମତ୍ରା ୪୦ ଡିଗ୍ରୀ ଛୁଇଁଯିବ । ୧୫ ତାରିଖରେ ଆଉ ୧ ଡିଗ୍ରୀ ବଢ଼ି ୪୧ ଡିଗ୍ରୀ ପାର୍ କରିବ । ୧୮ ତାରିଖ ଯାଏଁ ୪୧ ଡିଗ୍ରୀ ଲେଖାଏଁ ରହିବ । ତା’ ପରେ ସପ୍ତାହେ ପର୍ଯ୍ୟନ୍ତ ପାରଦ ୩୭ ଡିଗ୍ରୀ ପାଖାପାଖି ରହିବ ।
