ନୀଳଗିରି ବିଜେଡିର ବିଶାଳ ରୋଡ୍ ସୋ’ : ସମସ୍ତ କାଉନସିଲର ସହ ଚେୟାରମ୍ୟାନ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ
ନୀଳଗିରି : ନୀଳଗିରିରେ ପୌର ନିର୍ବାଚନ ରାଜନୀତି ସରଗରମ ହୋଇ ଉଠିଛି । ନିର୍ବାଚନକୁ କମ ସମୟ ଥିବାରୁ ନିର୍ବାଚନୀ ବୈତରଣୀ ପାର ହେବାକୁ ବିଜେଡି ପକ୍ଷରୁ ଶେଷ ଦିନରେ ସମସ୍ତ ନାମାଙ୍କନ ପତ୍ର ଦାଖଲ । ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ବିଜେଡି ପକ୍ଷରୁ ୧୩ ଗୋଟି ୱାର୍ଡ଼ ର କାଉନସିଲର ଓ ଅଧ୍ୟକ୍ଷ ପଦ ନିମନ୍ତେ ନିଜ ନିଜର ନାମାଙ୍କନପତ୍ର ସେସେଦିନରେ ଦାଖଲ କରିଛନ୍ତି ।
ସୂଚନା ଯେ, ସୋମବାର ବାଲେଶ୍ୱର ଜିଲାର ନୀଳଗିରି ପୌର ନିର୍ବାଚନ ପାଇଁ ବିଜେଡି ଚେୟାରମ୍ୟାନ ପ୍ରାର୍ଥୀନୀ ଅମ୍ବିକା ଦାସ, ସମସ୍ତ ଦଳୀୟ କାଉନସିଲର ପ୍ରାର୍ଥୀଙ୍କ ସମେତ ନୀଳଗିରିର ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ, ରାଜ୍ୟ ଯୁଗ୍ମ ସମ୍ପାଦକ ଗତିକୃଷ୍ଣ ନନ୍ଦ, ଏନ୍ଏସି ପର୍ଯ୍ୟବେକ୍ଷକ ପ୍ରମୋଦ କୁମାର ଜେନା, ଜିଲା ଯୁବ ବିଜେଡିର ସଭାପତି ତାପସ କୁମାର ପରିଡା ଓ ଏନଏସି ସଭାପତି ରବୀନ୍ଦ୍ର ନାଥ ପରିଡ଼ା, ଶିଶିର ରାଉତ, ଫ୍ରାନସିସି ବେକନ ସଙ୍କ ସହିତ ଦୁଇ ହଜାରରୁ ଅଧିକ ସମର୍ଥକଙ୍କ ସହ ପ୍ରମୁଖ କାର୍ଯ୍ୟକର୍ତ୍ତା ପ୍ରଥମେ ନୀଳଗିରି ସହର ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବଡ଼ ଦାଣ୍ଡର ପରିକ୍ରମା କରି ଏନ୍ଏସି କାର୍ଯ୍ୟାଳୟରେ ଆସି ପୈରନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ବୀର କିଶୋର ପାଣିଗ୍ରାହୀଙ୍କୁ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସୋମବାର ନୋମିନେସନର ଶେଷ ଦିନରେ ବିଜେଡି ଚେୟାରମ୍ୟାନ ପ୍ରାର୍ଥୀନୀ ଶ୍ରୀମତୀ ଦାସଙ୍କ ସମେତ ସମସ୍ତ ଦଳୀୟ କାଉନସିଲର ତଥା ୧ନଂ. ୱାର୍ଡ଼ର ରତିପ୍ରଭା ସାହୁ, ୨ନଂ. ୱାର୍ଡ଼ର ରାଜୁ ସିଂ, ୩ନଂ. ୱାର୍ଡ଼ର ମମତା ସିଂ, ୪ନଂ. ୱାର୍ଡ଼ର ମହେନ୍ଦ୍ର ନାଥ ବେହେରା, ୫ନଂ. ୱାର୍ଡ଼ର ଆଦ୍ୟାଶା ଦାସ, ୬ନଂ. ୱାର୍ଡ଼ର ଯଶୋଦା ପାତ୍ର, ୭ନଂ. ୱାର୍ଡ଼ର କମଳାମଣି ପରିଡ଼ା, ୮ନଂ. ୱାର୍ଡ଼ର ଦିପ୍ତୀକାନ୍ତ ପୃଷ୍ଟି, ୯ନଂ. ୱାର୍ଡ଼ର ବନିତା ମାହାଳିକ, ୧୦ନଂ. ୱାର୍ଡ଼ର ଗୈରାଙ୍ଗ ବିନ୍ଧାଣୀ, ୧୧ନଂ. ୱାର୍ଡ଼ର ଚିନ୍ମୟୀ ବେହେରା, ୧୨ନଂ ୱାର୍ଡର ପ୍ରିୟାଙ୍କା ସିଂ ଓ ୧୩ନଂ. ୱାର୍ଡର ଜୟନ୍ତ ପ୍ରଧାନ ନାମାଙ୍କନପତ୍ର ଦାଖଲ କରିଛନ୍ତି ।
