ଆଜି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ, ୯ ଜିଲାର ୫୪ଟି ଆସନ ପାଇଁ ହେବ ଭୋଟ ଗ୍ରହଣ
ଲକ୍ଷ୍ନୌ : ଆଜି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ଶେଷ ପର୍ଯ୍ୟାୟରେ ୯ଟି ଜିଲାର ୫୪ଟି ଆସନ ପାଇଁ ହେବ ଭୋଟ ଗ୍ରହଣ । ଆଜମଗଡ, ଗାଜିପୁର, ବାରଣାସୀ, ମିର୍ଜାପୁର, ସୋନଭଦ୍ରା ଭଳି ପ୍ରମୁଖ ଜିଲାରେ ହେବ ମତଦାନ । ଏଥିପାଇଁ ସବୁଠି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।
ୟୁପିରେ ଶେଷ ପଯର୍ୟାୟ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବାରଣାସୀରେ ଗତ ଶୁକ୍ରବାର ରୋଡ ସୋ କରିଥିବା ଦେଖିବାକୁ ମିଳିଛି । ମିର୍ଜାପୁର ରାଲିକୁ ସମ୍ବୋଧନ କରିବା ପରେ ବାରଣାସୀ ପହଞ୍ଚି ପ୍ରଧାନମନ୍ତ୍ରୀ ଦଳୀୟ କର୍ମୀ ଓ ନେତାଙ୍କୁ ଉତ୍ସାହିତ କରିବା ସହ ରୋଡ ସୋ କରିଥିଲେ । ଏହି ସମୟରେ ଉପସ୍ଥିତ କର୍ମୀଙ୍କ ଜୟ ଶ୍ରୀ ରାମ, ହର ହର ମହାଦେବ ଧ୍ୱନୀରେ କମ୍ପିଥିଲା । ସାରା ପରିବେଶ କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣ ଜନତାଙ୍କ ସହ ଏକାଠି ହୋଇ ଚା ପିଇଥିଲେ ଏବଂ ନିର୍ବାଚନୀ ଚର୍ଚ୍ଚା କରିଥିଲେ।
