ମୋହାଲିରେ ଲଗାତାର ପଞ୍ଚମ ଟେଷ୍ଟ ବିଜୟ ଲାଭ କଲା ଭାରତ
R Ashwin celebrates with teammates after sending back Charith Asalanka to go past Kapil Dev. Photo: AFP/Prakash Singh
ନୂଆଦିଲ୍ଲୀ : ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚର ତୃତୀୟ ଦିନରେ ଭାରତ ଶ୍ରୀଲଙ୍କାକୁ ଏକ ଇନିଂସ ଏବଂ ୨୨୨ ରନରେ ପରାସ୍ତ କରି ସିରିଜରେ ୧-୦ ରେ ଅଗ୍ରଣୀ ହାସଲ କରିଛି । ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ୮ ୱିକେଟ୍ ହରାଇ ୫୭୪ ସ୍କୋର କରିବା ପରେ ଇନିଂସ ଘୋଷଣା କରିଥିଲା । ଏହାର ଜବାବରେ ଶ୍ରୀଲଙ୍କା ଦଳ ନିଜ ପ୍ରଥମ ଇନିଂସରେ ୧୭୪ ରନ୍ କରିବାରେ ସକ୍ଷମ ହୋଇଥିଲା ଓ ଭାରତ ଫଲୋଅନ୍ ଦେଇଥିଲା ।
ଫଲୋଅନ୍ ଦେବା ପରେ ମଧ୍ୟ ଶ୍ରୀଲଙ୍କା ଦଳ ପରାଜୟକୁ ଏଡାଇ ପାରି ନଥିଲା ଏବଂ ସମସ୍ତ ୱିକେଟ୍ ହରାଇବା ପାଇଁ ଦ୍ୱିତୀୟ ଇନିଂସରେ କେବଳ ୧୭୮ ରନ୍ କରିବାରେ ସକ୍ଷମ ହୋଇଥିଲା । ପ୍ରଥମ ଇନିଂସରେ ଟିମ ଇଣ୍ଡିଆ ତରଫରୁ ରବିନ୍ଦ୍ର ଜାଡେଜା ୧୭୫ ରନ୍ ସଂଗ୍ରହ କରିନଥିଲେ, ଆର ଅଶ୍ୱିନ୍ ୬୧,ଋଷଭ ପନ୍ତ ୯୬, ହନୁମା ବିହାରୀ ୫୮ ଏବଂ ବିରାଟ କୋହଲି ନିଜର ୧୦୦ ତମ ଟେଷ୍ଟ ଖେଳି ୪୫ ରନ୍ ସଂଗ୍ରହ କରିଥିଲେ । ପ୍ରଥମ ଇନିଂସରେ ରବିନ୍ଦ୍ର ଜାଡେଜା ପାଞ୍ଚଟି ଏବଂ ଜସପ୍ରୀତ ବୁମ୍ରା ଏବଂ ଅଶ୍ୱିନ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । ଦ୍ୱିତୀୟ ଇନିଂସରେ ଜାଡେଜା ୪ ୱିକେଟ୍, ଅଶ୍ୱିନ୍ ୪ ଏବଂ ମହମ୍ମଦ ଶାମି ୨ ୱିକେଟ୍ ନେଇଥିଲେ ।
ଏହି ଟେଷ୍ଟରେ ରବିନ୍ଦ୍ର ଜାଡେଜା ୧୭୫ ରନ୍ ସଂଗ୍ରହ କରି ୯ ୱିକେଟ୍ ନେଇଥିଲେ । ଏହା ହେଉଛି ତାଙ୍କ କ୍ୟାରିୟରର ସର୍ବୋତ୍ତମ ଅଲରାଉଣ୍ଡର ପ୍ରଦର୍ଶନ । ପ୍ରଥମ ଦିନରେ ସେ ୪୫ ରନରେ ଅପରାଜିତ ରହିଥିଲେ, ଦ୍ୱିତୀୟ ଦିନରେ ସେ ୧୭୫ ରନ୍ ସଂଗ୍ରହ କରିଥିଲେ । ସପ୍ତମ କ୍ରମରେ ବ୍ୟାଟିଂ କରୁଥିବା ଖେଳାଳିଙ୍କ ଏହା ହେଉଛି ସପ୍ତମ ସର୍ବାଧିକ ସ୍କୋର । ଏହା ମଧ୍ୟ ରବିନ୍ଦ୍ର ଜାଡେଜାଙ୍କ କ୍ୟାରିୟରର ସର୍ବୋଚ୍ଚ ସ୍କୋର । ଏଥିସହ ସେ ଶ୍ରୀଲଙ୍କାର ପ୍ରଥମ ଇନିଂସରେ ୫ ୱିକେଟ୍ ଏବଂ ଦ୍ୱିତୀୟ ଇନିଂସରେ ୪ ୱିକେଟ୍ ନେଇଥିଲେ । ଏହି ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଜାଡେଜାଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ରେ ସମ୍ମନିତ କରାଯାଇଥିଲା ।
