ଜେନେଟିକ୍ ରୋଗ! ସାପ ପରି ହୋଇଯାଏ ଶରୀର ଚର୍ମ, ଲକ୍ଷଣ ଦେଖାଦେଲେ ନିଅନ୍ତୁ ଡାକ୍ତର ପରାମର୍ଶ
କର୍କଟ, ମଧୁମେହ, ହୃଦରୋଗ, ଷ୍ଟ୍ରୋକ, ଆଜମା, ଟିବି, ଏଡସ୍, ଫ୍ଲୁ କିମ୍ବା ଆଲଜାଇମର ଭଳି ଗୁରୁତର ରୋଗ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ, କିନ୍ତୁ ଦୁନିଆରେ ଏହାକୁ ବଳି ଆହୁରି ଅନେକ ଗମ୍ଭୀର ରୋଗ ରହିଛି । ଏପରି ଅନେକ ରୋଗ ଅଛି, ଯାହାର ମାମଲା କମ୍ ରହିଛି, ଯାହା ବ୍ୟକ୍ତିଙ୍କ ଶରୀର ଅସୁସ୍ଥ କରିଦେଇଥାଏ । ଏଥିରେ ଏକ ଅଦ୍ଭୁତ ବିପଜ୍ଜନକ ରୋଗ ରହିଛି ତାର ନାଁ ହେଉଛି ଇଚଥ୍ୟୋସିସ୍ ବଲଗ୍ରିସ୍।
ଏହି ରୋଗକୁ ଜେନେଟିକ୍ ମଧ୍ୟ କୁହାଯାଇଥାଏ । ଏହାକୁ ଏକ ଚର୍ମରୋଗ ବୋଲି ବିଶ୍ୱାସ କରାଯାଏ । ଏଥିରେ ଆପଣଙ୍କ ମୃତ ଚର୍ମକୋଷ ଗୁଡିକ ମୋଟା ଏବଂ ଶୁଷ୍କ ହୋଇ ଆପଣଙ୍କ ଚର୍ମପୃଷ୍ଠରେ ଜମାହୋଇ ରହିଥାଏ । ଏହି ରୋଗରେ ଏକ ଏଭଳି ସମୟ ଆସେ, ଯେ ଆପଣଙ୍କ ଚର୍ମ ସାପର ଚର୍ମ ପରି ହୋଇଯାଇଥାଏ । ଏହି ରୋଗକୁ ସ୍ନେକ୍ କିମ୍ବା ଫିଶ୍ ରୋଗ ମଧ୍ୟ କୁହାଯାଇଥାଏ ।
ରିପୋର୍ଟ ଅନୁଯାୟୀ, ଏହାର ଲକ୍ଷଣ ସାଧାରଣତଃ ବାଲ୍ୟକାଳରେ ଦେଖାଯାଇଥାଏ । ବିଶ୍ୱାସ କରାଯାଏ ଯେ, ଏହି ରୋଗର ଅଧିକାଂଶ ମାମଲା ସାମାନ୍ୟ ରହିଥାଏ, କିନ୍ତୁ କେତେକ ମାମଲାରେ ଏହା ଗମ୍ଭୀର ମଧ୍ୟ ହୋଇଥାଏ । ଅନେକ ସମୟରେ ଏକଜିମା ଭଳି ଚର୍ମରୋଗ ମଧ୍ୟ ଇଚଥ୍ୟୋସିସ୍ ବଲଗ୍ରିସ୍ ସହିତ ଜଡିତ ଥାଏ । ସୂଚନା ମୁତାବକ, ଏହି ରୋଗର କୌଣସି ଚିକିତ୍ସା ନାହିଁ । ଯାହାକିଛି ସାମାନ୍ୟ ଉପଚାର ରହିଛି, ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।
ଯଦି ଆପଣ ସନ୍ଦେହ କରୁଛନ୍ତି, ଯେ ଆପଣଙ୍କ ଚର୍ମରେ ଏହି ରୋଗର ଲକ୍ଷଣ ଅଛି, ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ। କାରଣ କେବଳ ଡାକ୍ତର ଏହାର ଅବସ୍ଥା ଦେଖି ଏହାର ନିରାକରଣ କରିପାରିବେ । ଏହି ରୋଗର ଲକ୍ଷଣ ଉପରେ ନଜର ରଖନ୍ତୁ ଏବଂ ଏହା ପରିସ୍ଥିତି ଖରାପ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଆପଣଙ୍କୁ କହିରଖୁଛୁ ଯେ, ଗମ୍ଭୀର ସ୍ଥିତିରେ ଆପଣଙ୍କୁ ମେଡିସିନର ଆବଶ୍ୟକତା ପଡିପାରେ ।
