ଅଶ୍ୱିନ୍ କଲେ ନୂଆ ରେକର୍ଡ, ପଛରେ ପଡିଲେ ରିଚାର୍ଡ ହାଡଲେ
ଚଣ୍ଡିଗଡ଼ : ଜାଡେଜାଙ୍କ ପରେ ଅଶ୍ୱିନ୍ କଲେ ଏକ ନୂଆ ରେକର୍ଡ । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ମୋହାଲି ଟେଷ୍ଟରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ତାଙ୍କ ନାମରେ ଆଉ ଏକ ରେକର୍ଡ ସୃଷ୍ଟି କରିଛନ୍ତି।
ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମ ଠାରେ ଚାଲିଥିବା ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ୍ ମ୍ୟାଚର ଆଜି ୨ୟ ଦିନ । କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇ ରବିଚନ୍ଦ୍ରନ୍ ଅଶ୍ୱିନ୍ ଗୋଟିଏ ପାଦ ଆଗକୁ ବଢିଛନ୍ତି । ଶନିବାର ଦିନ ସେ ନ୍ୟୁଜିଲ୍ୟାଣ୍ଡର ରିଚାର୍ଡ ହାଡଲେଙ୍କୁ ପଛରେ ପକାଇ ଆଗକୁ ବଢିଛନ୍ତି । ବର୍ତ୍ତମାନ ରବିଚନ୍ଦ୍ରନ୍ ଅଶ୍ୱିନ୍ ଟେଷ୍ଟ କ୍ରିକେଟ୍ ରେ ୪୩୨ ୱିକେଟ୍ ନେଇଛନ୍ତି। ମୋହାଲି ଟେଷ୍ଟ ଆରମ୍ଭ ପୂର୍ବରୁ ରବିଚନ୍ଦ୍ରନ ଅଶ୍ୱିନ୍ ତାଙ୍କ ନାମରେ ୪୩୦ ୱିକେଟ୍ ନେଇଥିଲେ ଏବଂ ସର୍ବାଧିକ ୱିକେଟ୍ ନେବାରେ ୧୨ ନମ୍ବରରେ ରହିଥିଲେ ଏବଂ ବର୍ତ୍ତମାନ ସେ ୧୧ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ମୋହାଲି ଟେଷ୍ଟର ଦ୍ୱିତୀୟ ଦିନରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଦୁଇଟି ୱିକେଟ୍ ନେଇଥିଲେ, ସେ ୧୩ ଓଭରରେ ୨୧ ରନ୍ ଦେଇ ଏହି ୱିକେଟ୍ ନେଇଥିଲେ।
