ସବାଙ୍କ ପାଇଁ ପିଜା ଏବଂ ପାସ୍ତା ପଠାଇଲେ ହ୍ରିତିକ
ମୁମ୍ବାଇ : ହ୍ରିତିକ ରୋଶନକୁ କିଏ ବା ନ ଜାଣନ୍ତି | ତାଙ୍କ ଅଭିନୟରେ ଦର୍ଶକ ମନରେ ରାଜ କରନ୍ତି | କିନ୍ତୁ ଏବେ ହ୍ରିତିକ ରୋଶନ ଓ ସବା ଆଜାଦ ସମ୍ପକ ଚର୍ଚ୍ଚାର ବିଷୟ ପାଲଟିଛି | କିଛି ସପ୍ତାହ ପୂର୍ବରୁ ହ୍ରିତିକ ରୋଶନ ଏବଂ ସବା ଆଜାଦଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ସେବେଠାରୁ ପ୍ରଶଂସକମାନେ ଅନୁମାନ କରିଥିଲେ ଯେ, ହ୍ରିତିକ-ସବାଙ୍କ ଭିତରେ କିଛି ଚାଲିଛି। ଏପରିକି ଦୁଇଜଣ ଏକାଠି ବୁଲିବା, ଖାଇବା, ପିଇବାର ଫଟୋ ମଧ୍ୟ ଅଧିକାଂଶ ସମୟରେ ଶେୟାର କରିଥାନ୍ତି। ହ୍ରିତିକ୍ଙ୍କ ପରିବାର ସବାଙ୍କ ସ୍ବାସ୍ଥ୍ୟାବସ୍ଥା କଥା ପଚାରି ବୁଝୁଛନ୍ତି। ହ୍ରିତିକ ତାଙ୍କ ପାଇଁ ପିଜା ଏବଂ ପାସ୍ତା ପଠାଇଛନ୍ତି। ଏହାକୁ ସେ ପ୍ରଶଂସକମାନଙ୍କ ସହ ଶେୟାର କରିଛନ୍ତି ।
ସବା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିରେ ଲେଖିଛନ୍ତି, ରୋଶନ ପରିବାର ସହ ସେ କେତେ ନିକଟତର ହୋଇଛନ୍ତି । ନିକଟରେ ସବା ଆଜାଦ ତାଙ୍କ ଇନ୍ଷ୍ଟାଗ୍ରାମ ଷ୍ଟୋରିରେ ଏକ ଫଟୋ ଶେୟାର କରିଛନ୍ତି।
