ମେ ୧୩ରେ ରିଲିଜ ହେବ ରଣବୀର ସିଂଙ୍କ ଅପ କମିଂ ଫିଲ୍ମ ‘ଜୟେଶ ଭାଇ ଜୋରଦାର’
ମୁମ୍ବାଇ : ବଲିଉଡର ରଣବୀର ସିଂ କିଏ ବା ନ ଜାଣନ୍ତି | ତାଙ୍କ ଅଭିନୟରେ ଦର୍ଶକ ମନରେ ରାଜ କରନ୍ତି | ତାଙ୍କ ସବୁ ଫିଲ୍ମ ସବୁ ବେଳେ ହିଟ ହୋଇଥାଏ | ଦର୍ଶକ ପାଇଁ ବହୁତ ଖୁଶି ଖବର | କପିଲ ଦେବ ଅର୍ଥାତ୍ ଅଭିନେତା ରଣବୀର ସିଂ ସୋସିଆଲ ମିଡିଆରେ ତାଙ୍କ ଅପ କମିଂ ଫିଲ୍ମ ‘ଜୟେଶ ଭାଇ ଜୋରଦାର’ର ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ ସେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି । ଭିଡିଓରେ ଏକ ଭିନ୍ନ ଅନ୍ଦାଜରେ ରଣବୀର ନିଜକୁ ଇଣ୍ଟରଡ୍ୟୁସ କରିଛନ୍ତି ।
ଏହି ଭିଡିଓ ଶେୟାର କରିବା ସହ ରଣବୀର ଫିଲ୍ମର ରିଲିଜ୍ ଡେଟ ସମ୍ପର୍କରେ ବି ସୂଚନା ଦେଇଛନ୍ତି । ‘ଜୟେଶ ଭାଇ ଜୋରଦାର’ ମେ’ ୧୩ରେ ରିଲିଜ ହେବ ବୋଲି ସେ ସୂଚନା ଦେଇଛନ୍ତି | ଭିଡିଓଟି ଶେୟାର କରି ରଣବୀର ଲେଖିଛନ୍ତି, ନମସ୍କାର, ଆପଣମାନେ କେତେ ପ୍ରକାରର ହିରୋ ଦେଖିଥିବେ । ଯେମିତିକି, ଟଙ୍କା ବାଲା ହିରୋ, ଧନ ଥିବା ହିରୋ, ଗୋରି ମାନଙ୍କ ସହ ନାଚୁଥିବା ହିରୋ, ପୋଲିସ ବାଲା ହିରୋ, ଗୁଣ୍ଡା ବାଲା ହିରୋ, ଘୋଡା ଚଢୁଥିବା ହିରୋ, ଆଉଟର ସ୍ପେଶ ହିରୋ, ଲାଲ ଚଡି ବାଲା ହିରୋ, ଡବଲ ରୋଲ ବାଲା ହିରୋ ଇତ୍ୟାଦି । ହେଲେ ଆପଣମାନେ ଏମିତି ହିରୋ କେବେ ଦେଖି ନ ଥିବେ । ଯେ ହେଉଛନ୍ତି ଜୟଶ ଭାଇ ଆଉ ତାଙ୍କ କାମ ଜୋରଦାର | ଭିଡିଓଟିକୁ ସୋସିଆଲ ମିଡିଆରେ ଖୁବ୍ ପସନ୍ଦ କରାଯାଉଛି । ଯାହା ଭାଇରାଲ ହେଉଛି |
