ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ମୃତ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣର ତଳମୁହାଁ ଧାରା ଜାରି ରହିଛି । ଫଳରେ ଦୈନିକ ସଂକ୍ରମଣ ମାମଲା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଉ ୬ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲାରୁ ୩ଜଣ ରହିଥିବାବେଳେ ଖୋର୍ଦ୍ଧା, କଟକ, କନ୍ଧମାଳ ଓ କେନ୍ଦ୍ରାପଡ଼ା ଜିଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟର ମୋଟ କୋଭିଡଜନିତ ମୃତ୍ୟୁ ସଂଖ୍ୟା ୯୦୯୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୫୭୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫୯୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୫୦୧୯ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଏବେ ସୁଦ୍ଧା ରାଜ୍ୟରେ ୨୯୫୦୧୪୮୮ସାମ୍ପୁଲ ଟେଷ୍ଟ୍ ହୋଇଛି ।
