ରାଜ୍ୟରେ ୪ ଦିନ ଯାଏଁ ଶୁଖିଲା ରହିବ ପାଗ, ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା
ଭୁବନେଶ୍ୱର: ୪ ଦିନ ଯାଏଁ ରାଜ୍ୟରେ ଶୁଖିଲା ରହିବ ପାଗ । ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଖରା ବଢ଼ିବା ସହିତ ତାପାମତ୍ରା ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବୁଧବାରରୁ ପାଗ ସାମାନ୍ୟ ପରିବର୍ତ୍ତନ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଶନିବାର ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ି ହେବ ବୋଲି କେନ୍ଦ୍ର ଆକଳନ କରିଛି ।
ଶୁକ୍ରବାର ରାଜ୍ୟର ୭ଟି ସହରରେ ପାରଦ ୩ ଡିଗ୍ରୀ ଟପିଛି । ଟିଟଲାଗଡ଼ରେ ସର୍ବାଧିକ ୩୬.୮ ଡିଗ୍ରୀ ସେଲସିୟସ୍ ଥିବାବେଳେ ବଲାଙ୍ଗୀରରେ ୩୬.୫, ବୌଦ୍ଧରେ ୩୬, ଝାରୁସୁଗୁଡ଼ାରେ ୩୫, ଭବାନୀପାଟଣାରେ ୩୫.୫, ସମ୍ବଲପୁରରେ ୩୫.୪ ଏବଂ ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୩୫.୨ ଡିଗ୍ରୀ ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।
