ବଲିଉଡରେ କାଷ୍ଟିଂ କାଉଚ୍ କୌଣସି ନୂଆ ଘଟଣା ନୁହେଁ : ଇଶା କୋପିକର
ମୁମ୍ବାଇ: ବଲିଉଡର ପ୍ରାୟ ସମସ୍ତ ଅଭିନେତ୍ରୀଙ୍କୁ କାଷ୍ଟିଂ କାଉଚର ଶିକାର ହେବାକୁ ପଡ଼ିଛି । ବଉିଉଡର ଅନେକ ଅଭିନେତ୍ରୀ କାଷ୍ଟିଂ କାଉଚ ନେଇ ମୁହଁ ଖୋଲି ସାରିଛନ୍ତି । କହିବାକୁ ଗଲେ ବଲିଉଡରେ କାଷ୍ଟିଂ କାଉଚ୍ କୌଣସି ନୂଆ ଘଟଣା ନୁହେଁ । କାଷ୍ଟିଂ କାଉଚ୍ ଆଉ ବଲିଉଡ ବହୁ ପୁରୁଣା ସମ୍ପର୍କ । ବର୍ତ୍ତମାନ ବଲିଉଡର ଅଭିନେତ୍ରୀ ଇଶା କୋପିକର କାଷ୍ଟିଂ କାଉଚ ନେଇ ମୁହଁ ଖୋଲିଛନ୍ତି । ଏହାସହ ସେ ନିଜର ଯନ୍ତ୍ରଣା ବଖାଣିଛନ୍ତି । ବି-ଟାଉନର ଜଣେ ଆଗଧାଡ଼ିର ଅଭିନେତା ତାଙ୍କୁ ଏକାକୀ ଭେଟିବାକୁ ଡାକିଥିଲେ । ଇଶା ତାଙ୍କ ଅଫରକୁ ରିଜେକ୍ଟ କରିବା ପରେ ତାଙ୍କୁ ଫିଲ୍କରୁ ହଟାଇ ଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଯେ, ୨୦୦୦ ମସିହାରେ ଜଣେ ପ୍ରଡ୍ୟୁସର ତାଙ୍କ ସହିତ ଭେଟିବାକୁ ଡାକିଥିଲେ । ଏହାପରେ ସେହି ଅଭିନେତା ଜଣଙ୍କ ମୋତେ ଏକୁଟିଆ ଭେଟିବା ପାଇଁ ଡାକିଥିଲେ । କିନ୍ତୁ ମୁଁ ଅଭିନେତାଙ୍କ କଥାରେ ରାଜି ହୋଇନଥିଲି । ମୁଁ ମୋ ପ୍ରତିଭା ପାଇଁ ଇଣ୍ଡଷ୍ଟ୍ରିରେ ଅଛି ବୋଲି ପ୍ରଡ୍ୟୁସରଙ୍କୁ ଫୋନ୍ କରି କହିଥିଲି । ଏହାପରେ ମୋତେ ସେହି ଫିଲ୍କର ବାହାର କରିଦିଆଯାଇଥିଲା । କୁହାଯାଇଥିଲା କି ମୁଁ ଜଣେ ଭଲ ଅଭିନେତ୍ରୀ ନୁହେଁ, ଯାହାକୁ ଲୋକେ ଭୁଲ ବୁଝିଛନ୍ତି । ଏହି କାରଣ ଯୋଗୁଁ ଅନେକ ଅଫର ମୋ ହାତରୁ ଚାଲିଯାଇଛି ବୋଲି ଇଶା କହିଛନ୍ତି ।
