ପୁରୀ ମୁଖ୍ୟ କେନାଲରେ କୁମ୍ଭୀର, ଲୋକେ ଭୟଭୀତ
ବାଲିଅନ୍ତା : ପୁରୀ ମୁଖ୍ୟ କେନାଲ ହଂସପାଳ ପାଖ ବ୍ରିଜ ତଳୁ ଧରା ହେଲା କୁମ୍ଭୀର ୩ରୁ ଅଧିକ ଦିନ ହେବ ଏକ କୁମ୍ଭୀର କେନାଲରେ ଆସିଥିବାର ଜନସାଧାରଣ ଦେଖି ଭୟଭୀତ ହୋଇଯାଇଥିଲେ । ଏନେଇ ବାଲିପାଟଣା ବନାଞ୍ଚଳ ଖବର ଦେଇଥିଲେ ।
। ଖବର ପାଇ ବନାଞ୍ଚଳ ଅଧିକାରୀ ଓ ସମସ୍ଥ କର୍ମଚାରୀ ଖୋଜାଖୋଜି କରିଥିଲେ । ଶେଷରେ ଶୁକ୍ରବାର ଦିନ ମଧ୍ୟାନରେ କୁମ୍ଭୀର କୁ ଧରି ଥିବା ଦେଖିବାକୁ ମିଳିଥିଲା । ଏହି କୁମ୍ଭୀର କୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁ ଜନସାଧାରଣ ଏହି ସ୍ଥାନରେ ଗଦା ହୋଇଥିଲେ । ଶେଷରେ ବନ କର୍ମଚାରୀ କୁମ୍ଭୀର କୁ ଧରି ଗାଡ଼ିରେ ନଦୀ ନେଇଥିବା ବନ କର୍ମଚାରୀ ପକ୍ଷରୁ ସୂଚନା ମିଳିଛି ।
