ଆଜିର ଭାଗ୍ୟଫଳ (ଶୁକ୍ରବାର, ୪/୦୩/୨୦୨୨), ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ଆଜି ୨୦୨୨ ମାର୍ଚ୍ଚ ୪ । ଶୁକ୍ରବାର । କୁମ୍ଭ ମାସ ୨୦ ଦିନ । ଫାଲଗୁନ ମାସ । ଶୁକ୍ଳପକ୍ଷ । ଦ୍ଵିତୀୟା ତିଥି । ଉତ୍ତରଭାଦ୍ରପଦ ନକ୍ଷତ୍ର ।ମୀନ ରାଶିରେ ଚନ୍ଦ୍ର । ଶୁଭ ଯୋଗ । ବାଳବ କରଣ ସକାଳ୯ଟା ୬ମିନିଟ୍ ଗତେ କୌଳବ କରଣ । ବିଛା, ଧନୁ ଓ ମୀନ ରାଶିର ଘାତବାର । ଧନୁ ରାଶିର ଘାତଚନ୍ଦ୍ର । ବୋଇତିକଖାରୁ ନ ଖାଇଲେ ଭଲ ରାତି ୮ଟା୪୫ ମିନିଟ୍ ପରେ ପୋଟଳ ନଖାଇଲେ ଭଲ । ଯୋଗିନୀ- ଉତ୍ତରେ ରାତି ୮ଟା ୪୫ ମିନିଟ୍ ପରେ ଆଗ୍ନେୟେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ଦ୍ଵିତୀୟାର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।
ଅଶୁଭସମୟ- ଦିବା ୯ଟା ୩ମିନିଟ୍ ରୁ ୧୧ଟା ୫୮ମିନିଟ୍, ରାତ୍ରି ୮ଟା ୫୩ମିନିଟ୍ ରୁ ରାତ୍ରି ୧୦ଟା ୨୬ମିନିଟ୍ । ଶୁଭସମୟ- ସକାଳ ୬ଟା ୮ମିନିଟ୍ ରୁ ୬ଟା ୫୩ମିନିଟ୍, ସକାଳ ୭ଟା ୪୨ମିନିଟ୍ ରୁ ୯ଟା ୨ମିନିଟ୍, ଦିବା ୧୨ଟା ୨୨ମିନିଟ୍ ରୁ ୨ଟା ୪୧ମିନିଟ୍, ଦିବା ୪ଟା ୧୬ମିନିଟ୍ ରୁ ସନ୍ଧ୍ୟା ୫ଟା ୪୮ମିନିଟ୍, ସନ୍ଧ୍ୟା ୭ଟା ୨୮ମିନିଟ୍ ରୁ ରାତ୍ର ୮ଟା ୫୨ମିନିଟ୍, ରାତ୍ର ୨ଟା ୨ମିନିଟ୍ ରୁ ରାତ୍ର ୪ଟା ୨୭ମିନିଟ୍ । ପର୍ବଦିନ- ଶ୍ରୀରାମକୃଷ୍ଣ ପରମହଂସଙ୍କ ଜନ୍ମ ତିଥି , ଦିତି ।
ମେଷ:-ସାମାଜିକ କ୍ଷେତ୍ରରେ ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି ହେବ । ସନ୍ତାନର ସୁ ଖବର ଶୁଣି ଖୁସି ହେବେ । ସ୍ୱାସ୍ଥ୍ୟର କିଛି ପରିବର୍ତ୍ତନ ଘଟିବ । ଅଟକି ଥିବା କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟିତ ହେବେ । ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ରାଜନେତା ମାନଙ୍କର ସୁଖ ସମୃଦ୍ଧି ବୃଦ୍ଧି ଓ ଅଚାନକ ଧନପ୍ରାପ୍ତି ହେବ । ଦୂର ଯାତ୍ରାରେ ଅତ୍ୟଧିକ ଆୟ ବୃଦ୍ଧି ହେବ । ପ୍ରତିକାର:- ଷଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ ।
ବୃଷ:-ଶୁଭ ସଂବାଦ ପାଇ ଖୁସି ହେବେ । ବ୍ୟବସାୟରେ ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ବଢେଇବାର ପ୍ରୟାସ କରିବେ । ପ୍ରଶାସନ କ୍ଷେତ୍ରରେ ଦ୍ଵନ୍ଦ ଦୂରହେବ । ନୁତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚେଷ୍ଟା କରିଲେ ସଫଳ ହେବେ । ଦୂର ଯାତ୍ରାରେ ସଫଳତା ମିଳିବ । ଯାନବାହନ ସୁଖ ମିଳିବ । ଜଣେ ସତ୍ ପରାମର୍ଶଦାତା, ଦାର୍ଶନିକ, ଉପଦେଷ୍ଠା, କର୍ତ୍ତବ୍ୟନିଷ୍ଠ, କର୍ମଠ, ସଚ୍ଚୋଟ ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
ମିଥୁନ:-ସମସ୍ତ କ୍ଷେତ୍ରରେ ସଫଳତା ମିଳିବ । ଋଣଭାର ଲାଘବ ହେବା ଫଳରେ ମାନସିକ ଶାନ୍ତି ପାଇବେ । ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ । ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବ । ନୂତନକର୍ମ ନିଯୁକ୍ତି ପାଇଁ ଚେଷ୍ଟା କଲେ କର୍ମପ୍ରାପ୍ତି ହେବ । ସେୟାର ମାର୍କେଟ, ଲଟେରୀ, ଜୁଆ ଆଦିରେ ଅର୍ଥ ଖଟେଇଲେ ବିଶେଷ ଲାଭବାନ୍ ହେବେ । ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।
କର୍କଟ:-ବ୍ୟବସାୟୀମାନେ କଠିନ ପରିଶ୍ରମ ଯୁକ୍ତ ହୋଇ ପରିଶ୍ରମର ଉପଯୁକ୍ତ ମୂଲ୍ୟ ଫେରି ପାଇବାକୁ ସହଜ ହେବ । କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଇ ଗତି କରିବେ । ରାଜନୀତି କ୍ଷେତ୍ରରେ କୂଟନୀତିର ସୂତ୍ର ଚଳାଇ ବିଶେଷ ଉପକୃତ ହେବା ସହ ସ୍ଥାନ ସ୍ଥିତି ଅକ୍ଷୁର୍ଣ୍ଣ ରଖିପାରିବେ । କର୍ମାନୁଯାୟୀ ଫଳପ୍ରାପ୍ତି ହେତୁ କର୍ତ୍ତବ୍ୟ ପରାୟଣତା ରକ୍ଷା କରିପାରିବେ । ପରିଶ୍ରମ କଲେ ଧନ ପ୍ରାପ୍ତି ହେବ । ପ୍ରତିକାର:- ମୟୁର ଚନ୍ଦ୍ରିକାଟିଏ ପାଖରେ ରଖନ୍ତୁ ।
ସିଂହ:-ବ୍ୟବସାୟୀକ କାରବାରର ଗତି ରୀତିରେ ପରିବର୍ତ୍ତନର ଆଶଙ୍କା ନାହିଁ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢିବ । ପାରିବାରିକ ଜୀବନରେ ଗୁରୁଜନ ସନ୍ତୁଷ୍ଟ ରହିବେ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଭ୍ରମଣ, ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ । ରାଜନୀତି କ୍ଷେତ୍ରରେ ସ୍ଵାଭିମାନ ରକ୍ଷାକରି ପ୍ରଶଂସିତ ହେବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।
କନ୍ୟା:-ଶାରିରୀକ ଅସୁସ୍ଥତା ଦୂରହେବ । ଯାନବାହାନ ବ୍ୟବସାୟରେ ତଥା ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ଆଶା ମୁତାବକ ଲାଭ ପାଇବେ । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ ଓ ଉଚ୍ଚବିଦ୍ୟା ଅଧ୍ୟୟନ ପାଇଁ ବାହ୍ୟ ଦେଶକୁ ଯାତ୍ରା କରି ପାରିବେ । ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ବାକିଥିବା ଅର୍ଥପ୍ରାପ୍ତି ହେବା ସହ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ରାଜନେତା ମାନଙ୍କର ଶତୃ ପରାଜିତ ହୋଇ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବ । ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ ।
ତୁଳା:-ଗୃହସ୍ଥ ଜୀବନ ସୁଖମୟ ହେବା ସହ ଉତ୍ତମ ରୋଜଗାର ମିଳିବ । ନୂତନ ଯୋଜନାରେ ସଫଳତା ମିଳିବା ଫଳରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ଧାର୍ମିକ କାର୍ଯ୍ୟରେ ସଫଳତା ଲାଭ କରିବେ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ । ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ । ବିଦ୍ୟାକ୍ଷେତ୍ରରେ ପ୍ରଶଂସା ପାଇବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।
ବିଚ୍ଛା:-ସନ୍ତାନଙ୍କ ଭବିଷ୍ୟତ ନେଇ ଖୁସି ରହିବେ । ଶିକ୍ଷା କ୍ଷେତ୍ରରେ ସଫଳ ହେବା ସହ ସୁସମ୍ବାଦ ପ୍ରାପ୍ତି ହେବ । ବ୍ୟବସାୟରେ ନୂତନ ଯୋଜନା ପ୍ରସ୍ତୁତ କରି ଲାଭବାନ ହେବେ । ବାକିଥିବା ଅର୍ଥ ପ୍ରାପ୍ତି ହେବ । ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଅଶାନ୍ତି ଥିଲେ ସମାଧାନ ହେବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ସାମାଜିକ ପ୍ରତିଷ୍ଠା ମାନ ସମ୍ମାନବୃଦ୍ଧି ହେବ । ରାଜନୀତି ମାମଲାରେ ସଫଳତା ମିଳିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।
ଧନୁ:-କଳା, ସାହିତ୍ୟ, କ୍ରିଡା, ଚଳଚିତ୍ର, ଶିଳ୍ପବାଣିଜ୍ୟ ଓ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ରାଜନୀତିରେ ସଫଳତା ମିଳିବ । ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ପରିବାରରେ ମାନ ମନାନ୍ତର ଦୂର ହେବ । ଆତ୍ମୀୟ ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ ଓ ଗୃହୋପକାରଣ କ୍ରୟକରି ପାରନ୍ତି । କଠିନ ପରିଶ୍ରମ କରିବା ଯୋଗୁ ଶାରରୀକ ଅସୁସ୍ଥତା ଦେଖା ଦେଇପାରେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।
ମକର:-ସମସ୍ତ କ୍ଷେତ୍ରରେ ସଫଳତା ମିଳିବ । ପ୍ରବାସ ଯାତ୍ରାରେ ଲାଭବାନ ହେବେ । କୌଣସି କାମରେ ବିଶେଷ ଜ୍ଞାନ ହାସିଲ କରିବେ । ନୂଆଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରଣ କରିବେ । ସନ୍ତାନର ଖୁସି ଓ ସୁରକ୍ଷିତ ଅନୁଭବ କରିବେ । ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀ ହେବେ । ପର ହାତରେ ଥିବା ଧନ ପ୍ରାପ୍ତି ହେବ । ଅଧା ହୋଇଥିବା କାର୍ଯ୍ୟ ସହଜରେ ପୂରଣ ହେବ । ପ୍ରେମୀ ପ୍ରେମିକାଙ୍କ ମିଳନ ଫଳରେ ଆନନ୍ଦିତ ହେବେ । ପ୍ରତିକାର- ଦହି ମିଠା ଖାଇ କରି ଘରୁ ବାହାରନ୍ତୁ ।
କୁମ୍ଭ:-କାର୍ଯ୍ୟ । ଳୟରେ କରିଥିବା କାମର ଶୁଭ ସୂଚନା ପାଇବେ । ନୂତନ କର୍ମ ନିଯୁକ୍ତି ପାଇଁ ସୁଯୋଗ ପାଇବେ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ । ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ପୂରଣ ହୋଇ ପାରିବେ । ଜମିବାଡି ଜନିତ କେତେକ ସମସ୍ୟା ସମାଧାନ ହେବ । ରାଜନୈତିକ କ୍ଷେତ୍ରରେ ବନ୍ଧୁ ବାନ୍ଧବଙ୍କଦ୍ଵାରା ସମସ୍ୟାର ସମାଧାନ ହୋଇ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
ମୀନ:-ସମାଜ ସେବାରେ ସ୍ଵନାମ ଅର୍ଜନ କରିପାରିବେ । ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ । ରାଜନୈତିକ କ୍ଷେତ୍ରରେ ସ୍ଥିରତା ଦେଖାଦେବ ଓ ଆଶା ମୁତାବକ ଫଳ ପାଇବେ । ଦାମ୍ପତ୍ୟ କଳହ ଓ ଭୟ ଆଶଙ୍କା ଦୂରେଇ ଯାଇ ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଭାଇ ଭଉଣୀଙ୍କ ସହ ଉତ୍ତମ ସମ୍ପର୍କ ରହିବା ଫଳରେ ପାରିବାରିକ ଜୀବନରେ ଶାନ୍ତି ପାଇବେ । କେତେକ କ୍ଷେତ୍ରରେ ଅପ୍ରିୟ ସତ୍ୟ ପ୍ରକାଶ କରି ବିବାଦୀୟ ହୋଇ ପାରନ୍ତି । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
