କୋଭିଡରୁ ସୁସ୍ଥ ପରେ ଦେଖା ଦେଉଛି ଏଭଳି ମାରାତ୍ମକ ବାୟୁରୋଗ, ଜଣାନ୍ତୁ ଏହା କଣ ଓ ଏହାର ଲକ୍ଷଣ
COVID-19 symptoms vary person to person, as does the length of the coronavirus infection. If you're sick, use caution when deciding to leave isolation.
ଭୁବନେଶ୍ୱର : କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହେବା ପରେ ବହୁଲୋକ ବିଭିନ୍ନ ପ୍ରକାର ଅସୁସ୍ଥତା ଲକ୍ଷଣ ଯଥା- ଦୁର୍ବଳତା, ରକ୍ତହୀନତା, ପେଟରେ ବାୟୁ ବୃଦ୍ଧି, ଝାଡା ସଫା ନହେବା, ପତଳା ଝାଡା ହେବା ଆଦି ଦେଖିଥାନ୍ତି। ଏହା ସହିତ ଆନୁସଙ୍ଗିକ ଜଟିଳ ରୋଗ ଭୋଗ କରୁଥିବା ଲୋକମାନଙ୍କଠାରେ ବି ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ। ସୁସ୍ଥ ହେବାର ଦୁଇ-ଚାରିମାସ ପର୍ୟ୍ୟନ୍ତ ମଧ୍ୟ ବାୟୁ ବୃଦ୍ଧି ସହ ପେଟର ବିଭିନ୍ନ ଅସୁସ୍ଥତା ଆକ୍ରାନ୍ତ କରେ। ତେଣୁ ମାନସିକ ଉଦ୍ବେଳନ, ଅବସାଦ, ବିରକ୍ତି ଲାଗିରହେ। ସାଧାରଣ ବ୍ୟକ୍ତି ଏହାକୁ ନାଳ-ଶୂଳ-ବାୟୁ କହୁଥିବା ବେଳେ ଡାକ୍ତରୀ ଭାଷାରେ ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ (ଆଇବିଏସ୍) କହନ୍ତି।
ଇଟାଲୀର ରାଜଧାନୀ ରୋମ୍ଠାରେ ୨୦୦୬ ମସିହାରେ ଆଇବିଏସ୍ର ପ୍ରକାରଭେଦ ସମ୍ବନ୍ଧରେ ହୋଇଥିବା କର୍ମଶାଳାରେ ଏହା ତିନିପ୍ରକାର ବୋଲି କୁହାଗଲା। କୋଷ୍ଠବଦ୍ଧତା, ପତଳା ଝାଡା ଏବଂ ଆଇବିଏସ୍ କୋଷ୍ଠବଦ୍ଧତା ଓ ପତଳାଝାଡା- ଏହି ତିନିପ୍ରକାର ଆଇବିଏସ୍ରେ ରୋଗୀଙ୍କୁ ସପ୍ତାହକୁ ପ୍ରାୟ ତିନିଦିନ କଷ୍ଟ ହୋଇଥାଏ। ତେଣୁ ଦୈନନ୍ଦିନ କାର୍ୟ୍ୟ କରିବାରେ ମଧ୍ୟ ସମସ୍ୟା ହୁଏ। ଏହି ରୋଗ ସମ୍ବନ୍ଧରେ ବିଭିନ୍ନ ଗବେଷଣା ଚାଲିଥିଲେ ମଧ୍ୟ ଏଯାବତ୍ ନୂତନ ଔଷଧ ଆବିଷ୍କୃତ ହୋଇନାହିଁ। ଆଇବିଏସ୍ ରୋଗର କାରଣକୁ ନେଇ ମସ୍ତିଷ୍କକୁ ଅଧିକ ଗୁରୁତ୍ବ ଦିଆଯାଇଛି। ରାଗ, କ୍ରୋଧ, ଭୟ, ଦୁଶ୍ଚିନ୍ତା, ମାନସିକ ଉଦ୍ବେଳନ, ଜୀବନର ଅସହାୟ ଭାବ ମସ୍ତିଷ୍କର ସ୍ନାୟୁକୁ ଉତ୍ତେଜିତ କରାଇ ଅନ୍ତନଳୀର ସ୍ନାୟୁକୁ ଉତ୍ତେଜିତ କରାଏ। ଏହାକୁ ଗଟ୍-ବ୍ରେନ୍ ଆକ୍ସିସ (ଜିବିଏସ୍) କୁହାଯାଏ। କୋଭିଡ୍ ସଂକ୍ରମଣ ଯୋଗୁ ରୋଗୀ ଭୋଗୁଥିବା ମାନସିକ, ଶାରୀରିକ ଏବଂ ସାମାଜିକ ସମସ୍ୟା ଆଇବିଏସ୍ ବୃଦ୍ଧିର କାରକ ହୁଏ।
