କିଭରେ ବଡ଼ ଧରଣର ଆକ୍ରମଣ : ମୁଖ୍ୟ ରେଳଷ୍ଟେସନ ଉପରେ ରକେଟ ମାଡ଼ କଲା ଋଷ
ନୂଆଦିଲ୍ଲୀ : ୟୁକ୍ରେନ୍ ରାଜଧାନୀ କିଭରେ ଆଜି ବଡ଼ ଧରଣର ଆକ୍ରମଣ କରିବ ରୁଷ । ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଥିବା ବେଳେ ରାଜଧାନୀ କିଭ୍ ଦଖଲ ପାଇଁ ନିର୍ଣ୍ଣାୟକ ଲଢେଇ ଆରମ୍ଭ କରିଛି ରୁଷ । କିଭକୁ ଚାରିପଟୁ ଲକ୍ଷାଧିକ ସେନା ଘେରି ବୋମା ବର୍ଷା କରୁଛନ୍ତି ରୁଷ ସେନା । ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି । ସେପଟେ ମୁଖ୍ୟ ରେଳ ଷ୍ଟେସନ ଉପରେ ରକେଟ ମାଡ଼ କରିଛି ଋଷ । ଏବଂ ଖେରସନକୁ ଅକ୍ତିଆର କରିନେଇଥିବା ମଧ୍ୟ ସୂଚନା ମିଳିଛି ।
ଅନ୍ୟପଟେ କିଭର ପ୍ରତିରକ୍ଷା ମନ୍ତ୍ରାଳୟ ନିକଟରେ ବିସ୍ଫୋରଣ କରାଯାଇଛି । ଆଜିର ଆକ୍ରମଣ ପୂର୍ବରୁ କିଭରେ ଆଲର୍ଟ ଜାରି କରାଯାଇଛି । ରୁଷର ଫାଇଟର ଜେଟ୍ ଟାର୍ଗେଟରେ ରହିଛି ୧୫ ସହର । ଏହି ସବୁ ସହରରେ ଆକାଶମାର୍ଗରୁ ଆକ୍ରମଣ ପାଇଁ ଯୋଜନା କରୁଛି ରୁଷ । ତେଣୁ ୧୫ଟି ସହରରେ ହାଇ ଆଲର୍ଟ ଜାରି କରିଛି ୟୁକ୍ରେନ୍ । ନାଗରିକଙ୍କୁ ବଙ୍କର ଭିତରକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରୁଷ ସେନା ଜୋରଦାର ଆକ୍ରମଣ କରୁଥିବା ବେଳେ ୟୁକ୍ରେନ୍ ସେନା ମଧ୍ୟ ତାର କଡ଼ା ଜବାବ ଦେଉଛନ୍ତି ।
