ଏପ୍ରିଲରେ ଜେଇଇ ମେନ୍, ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ପରୀକ୍ଷା
ନୂଆଦିଲ୍ଲୀ : ଏବର୍ଷ ୨ ଥର ହେବ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ । ୨୦୨୨ ବର୍ଷ ପାଇଁ ପ୍ରଥମ ଓ ଦ୍ବିତୀୟ ଜେଇଇ (ମେନ୍) ତାରିଖ ଘୋଷଣା ହୋଇଛି । ଏପ୍ରିଲ ୧୬ ରୁ ୨୧ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବାକୁ ଥିବା ବେଳେ ମେ ୨୪ରୁ ୨୯ ହେବ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ହେବ । ତେବେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ ପାଇଁ ମାର୍ଚ୍ଚ ୧ରୁ ଆରମ୍ଭ ହୋଇ ୩୧ ତାରିଖ ପର୍ୟ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ଆବଦେନ କରିପାରିବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀମାନେ ଅଫିସିଆଲ ଓ୍ୱେବସାଇଟ ’jeemain.nta.nic.in’ ରେ ଆବେଦନ କରିପାରିବେ । ଦୁଇଟି ସିଟିଂରେ ଅନୁଷ୍ଠିତ ହେବ ଜେଇଇ ମେନ୍ ପରୀକ୍ଷା । ପ୍ରଥମ ସିଟିଂ ସକାଳ ୯ରୁ ୧୨ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଦ୍ୱିତୀୟ ସିଟିଂ ଅପରାହ୍ନ ୩ ଟାରୁ ୬ ଟା ପର୍ଯ୍ୟନ୍ତ ହେବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ସୂଚନା ଯେ, ଚଳିତ ବର୍ଷ ଜେଇଇ ମେନ୍ ପରୀକ୍ଷା ପାଇଁ ମାର୍ଚ୍ଚ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ।
