ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଆଦେଶ ! ବାରମ୍ବାର ଦୋଷ କରିନଥିବା ଓ ୧୪ ବର୍ଷରୁ ଅଧିକ ଜେଲ ଦଣ୍ଡ ଭୋଗ କରିଥିବା ଦୋଷୀଙ୍କୁ ମିଳିବ ଜାମିନ୍
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। ଯାହାଫଳରେ ବର୍ତ୍ତମାନ ଦୋଷୀ ମାନଙ୍କୁ ଜାମିନ୍ ମିଳିବା ଉପରେ ଆଶା ପ୍ରକଟ କରାଯାଇଛି। ସୁପ୍ରିମ୍କୋର୍ଟଙ୍କ ଆଦେଶରେ ଏହା କୁହାଯାଇଛି ଯେ ଆହ୍ଲାବାଦ ହାଇକୋର୍ଟ ଯେଉଁ ମାନେ ବାରମ୍ବାର ଅପରାଧ କରି ନାହାନ୍ତି ବା ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି ଅଥବା ୧୪ ବର୍ଷ କିମ୍ବା ତା’ଠାରୁ ଅଧିକ ବର୍ଷ ଜେଲ ଦଣ୍ଡ ଭୋଗିଛନ୍ତି ସେହି ଦୋଷୀଙ୍କୁ ଜାମିନ ପ୍ରଦାନ ଉପରେ ବିଚାର କରାଯିବ।ନୂଆଦିଲ୍ଲୀ :ନୂଆଦିଲ୍ଲ : ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। ଯାହାଫଳରେ ବର୍ତ୍ତମାନ ଦୋଷୀ ମାନଙ୍କୁ ଜାମିନ୍ ମିଳିବା ଉପରେ ଆଶା ପ୍ରକଟ କରାଯାଇଛି। ସୁପ୍ରିମ୍କୋର୍ଟଙ୍କ ଆଦେଶରେ ଏହା କୁହାଯାଇଛି ଯେ ଆହ୍ଲାବାଦ ହାଇକୋର୍ଟ ଯେଉଁ ମାନେ ବାରମ୍ବାର ଅପରାଧ କରି ନାହାନ୍ତି ବା ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି ଅଥବା ୧୪ ବର୍ଷ କିମ୍ବା ତା’ଠାରୁ ଅଧିକ ବର୍ଷ ଜେଲ ଦଣ୍ଡ ଭୋଗିଛନ୍ତି ସେହି ଦୋଷୀଙ୍କୁ ଜାମିନ ପ୍ରଦାନ ଉପରେ ବିଚାର କରାଯିବ।
କାରଣ ଏହା ଦ୍ୱାରା ବିଚାରାଧୀନ ମାମଲା ହ୍ରାସ ହୋଇ ପାରିବ। ସର୍ବୋଚ୍ଚ ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ୧୦ ରୁ ୧୪ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗୁଥିବା ଅପରାଧୀଙ୍କ ଜାମିନ ଆବେଦନକୁ ହାଇକୋର୍ଟଙ୍କ ଆବେଦନ ଉପରେ ବିଚାର କରାଯାଇପାରେ। ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ଆହ୍ଲାବାଦ ହାଇକୋର୍ଟ ଏବଂ ଏହାର ଲକ୍ଷ୍ନୌ ବେଞ୍ଚରେ ବିଚାରାଧୀନ ଅପରାଧିକ ଆବେଦନ ସଂଖ୍ୟା ଏକ ଲକ୍ଷ ୮୩ ହଜାର ଥିଲା।ସେଠାରେ ୭,୨୧୪ ଅପରାଧୀ ଅଛନ୍ତି ଯେଉଁମାନେ ଉତ୍ତରପ୍ରଦେଶର ବିଭିନ୍ନ ଜେଲରେ ୧୦ ବର୍ଷରୁ ଅଧିକ ସମୟ ଦଣ୍ଡ ଭୋଗ କରିଛନ୍ତି ଏବଂ ସେମାନଙ୍କର ଅପରାଧିକ ଆବେଦନ ହାଇକୋର୍ଟରେ ବିଚାରାଧୀନ ଅଛି।
