ଦ୍ଵିତୀୟ ଟି-୨୦ : ଭାରତ ଆଗରେ ୧୮୪ ରନ୍ର ବିଜୟ ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା
ଧର୍ମଶାଳା: ଦ୍ଵିତୀୟ ଟି-୨୦ ମୁକାବିଲାରେ ନିଜର ଦମ ଦେଖାଇଛନ୍ତି ଶ୍ରୀଲଙ୍କା ବ୍ୟାଟସମ୍ୟାନ। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୩ ରନ କରିଛି। ପାଥୁମ ନିଶଙ୍କା(୭୫), ଦାସୁନ ଶନାଙ୍କାଙ୍କ ଅପରାଜିତ ୪୭ ରନ ଏବଂ ଧନୁଶ ଗୁଣଥିଳକାଙ୍କ ୩୮ ରନ ବଳରେ ଶ୍ରୀଲଙ୍କା ଭାରତ ସମ୍ମୁଖରେ ୧୮୪ ରନର ବିଜୟ ଲକ୍ଷ୍ୟ ରଖିଛି। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ସବୁଠୁ କମ ୨୪ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।
ହିମାଚଳ ପ୍ରଦେଶର ଧର୍ମଶାଳାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ଵିତୀୟ ଟି୨୦ ମ୍ୟାଚ ଜାରି ରହିଛି। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ୍ ହରାଇ ୧୮୩ ରନ୍ କରିଛି। ଶ୍ରୀଲଙ୍କାର ଓପନିଂ ବ୍ୟାଟର୍ ପାଥୁମ୍ ନିଶାଙ୍କ ଓ ଧନୁଷ୍କା ଗୁଣତିଳକ ପ୍ରଥମ ଓ୍ଵିକେଟରେ ୮.୪ ଓଭରରେ ୬୭ ରନ୍ ଯୋଡିଥିଲେ। ଗୁଣତିଳକ ୨୯ଟି ବଲରେ ୪ଟି ଚୌକା ଓ ୨ଟି ଛକା ସହ ୨୯ ରନ୍ କରିଥିଲେ। ଏହାପରେ ଚରିଥ୍ ଅଶଲଙ୍କା ୫ଟି ବଲ୍ ଖେଳି ୨ ରନରେ ଆଉଟ୍ ହୋଇଥିଲେ। ଶ୍ରୀଲଙ୍କାର ମଧ୍ୟକ୍ରମର ବ୍ୟାଟର୍ କାମିଲ୍ ମିଶାରା ଓ ଅଧିନାୟକ ଦିନେଶ ଚନ୍ଦିମାଲ ମଧ୍ୟ ସେଭଳି କୌଣସି ଉଲ୍ଲେଖନୀୟ ରନର ଅବଦାନ ନ କରି ଯଥାକ୍ରମେ ୧ ଓ ୯ ରନରେ ଆଉଟ୍ ହୋଇଯାଇଥିଲେ। ପାଥୁମ୍ ନିଶାଙ୍କ ଶ୍ରୀଲଙ୍କା ତରଫରୁ ଭଲ ଖେଳି ୫୩ଟି ବଲରେ ୧୧ଟି ଚୌକା ସହ ସର୍ବାଧିକ ୭୫ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଶ୍ରୀଲଙ୍କା ତରଫରୁ ସବୁଠାରୁ ଆକର୍ଷଣୀୟ ଓ ବିସ୍ଫୋରକ ବ୍ୟାଟିଂ କରିଥିଲେ ଦଶୁନ୍ ଶନକା। ସେ ମାତ୍ର ୧୯ଟି ବଲ୍ ଖେଳି ୫ଟି ଛକା ଓ ୨ଟି ଚୌକା ସହ ୪୭ ରନ୍ କରି ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ସମସ୍ତ ୫ ଜଣ ବୋଲର୍ ଯଥା ଭୁବନେଶ୍ଵର୍ କୁମାର, ଜସପ୍ରୀତ୍ ବୁମରା, ହର୍ଷଲ୍ ପଟେଲ, ୟୁଜବେନ୍ଦ୍ର ଚହଲ ଓ ରବୀନ୍ଦ୍ର ଜାଦେଜା ଗୋଟିଏ ଲେଖାଏଁ ଓ୍ଵିକେଟ୍ ଅକ୍ତିଆର କରିଥିଲେ।
