ଏଫଆଇସିଏଚ ହକି ପ୍ରୋ ଲିଗ୍ : ସ୍ପେନକୁ ୨-୧ ଗୋଲରେ ହରାଇଲା ଭାରତ
ଭୁବନେଶ୍ବର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ଏଫଆଇସିଏଚ ହକି ପ୍ରୋ ଲିଗ୍ । ପ୍ରଥମ ମ୍ୟାଚ୍ରେ ଭାରତ ଓ ସ୍ପେନ୍ ମଧ୍ୟରେ ଲଢ଼଼େଇ ହୋଇଥିଲା। ଏହି ପ୍ରତିଯୋଗିତାରେ ସ୍ପେନକୁ ୨-୧ ଗୋଲରେ ପରାସ୍ତ କରି ଭାରତ ଚମତ୍କାର ବିଜୟ ହାସଲ କରିଛି ।
କଳିଙ୍ଗ ଷ୍ଟାଡିୟମରେ ସବିତା ପୁନିଆଙ୍କ ନେତୃତ୍ବରେ ଶନିବାର ଅନୁଷ୍ଟିତ ମ୍ୟାଚରେ ଭାରତୀୟ ମହିଳା ହକି ଦଳ ଏହି ବିଜୟ ହାସଲ କରିଛି । ଭାରତ ପ୍ରଥମଥର ପାଇଁ ଏଫଆଇଏଚ୍ ପ୍ରୋ-ଲିଗ୍ ମହିଳା ହକି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବେଳେ କ୍ରମାଗତ ଭାବେ ଦ୍ବିତୀୟ ଦେଶ ସ୍ପେନ ବିପକ୍ଷରେ ବିଜୟ ହାସଲ କରିଛି। ଭାରତୀୟ ମହିଳା ହକି ଦଳର ଏହି ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
