ଭାରତରେ ବିଟ୍ କଏନ୍ ଆଇନଗତ କି ନୁହେଁ ତାହା ସ୍ପଷ୍ଟ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ
ନୁଆଦିଲ୍ଲୀ : ଭାରତରେ ବିଟ୍ କଏନ୍ ଆଇନଗତ କି ନୁହେଁ ତାହା ସ୍ପଷ୍ଟ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ଅନୁସନ୍ଧାନରେ ସହଯୋଗ କରିବାକୁ ୨୦୧୮ରେ ସାମ୍ନାକୁ ଆସିଥିବା ବିଟ୍ କଏନ୍ ଠକେଇ ମାମଲାରେ ଅଭିଯୁକ୍ତଙ୍କୁ ନିର୍ଦ୍ଦେଶ ଦେବାବେଳେ କୋର୍ଟ ଏହି ପ୍ରଶ୍ନ ପଚାରିଛନ୍ତି । ମାମଲାର ପରବର୍ତୀ ଶୁଣାଣି ଚାରି ସପ୍ତାହ ପରେ ହେବ ।
ଶୁଣାଣି ସମୟରେ ଆଡ଼ଭୋଟେ୍ ଐଶ୍ୱର୍ଯ୍ୟା ଭାଟି, ଇଡ଼ିରେ ହାଜର ହେବା ସହ ଜେନ ବିଟକଏନ୍ ସ୍କାମରେ ଅଭିଯୁକ୍ତ ଅଜୟ ଭରଦ୍ୱାଜଙ୍କୁ ତଦନ୍ତରେ ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି । ଏହା ଉପରେ ଜଷ୍ଟିସ୍ ଡି ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଗଠିତ ବେଂଚର ଜଣେ ସଦସ୍ୟ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କେନ୍ଦ୍ରକୁ ପଚାରିଛନ୍ତି ଯେ ଆପଣ ବିଟ୍ କଏନ୍ ଆଇନଗତ କି ନୁହେଁ ତାହା କହିବା ଉଚିତ୍ ।
