ରୁଷ ଆକ୍ରମଣରେ ୭ ମୃତ ଓ ୯ ଆହତ : ୟୁକ୍ରେନ୍
Police and security personnel inspect the remains of a shell in a street in Kyiv on February 24, 2022. - Russian President Vladimir Putin announced a military operation in Ukraine on Thursday with explosions heard soon after across the country and its foreign minister warning a "full-scale invasion" was underway. (Photo by Sergei SUPINSKY / AFP)
ନୂଆଦିଲ୍ଲୀ : ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଘୋଷଣା ପରେ ବେଳକୁ ବେଳ ଭୟଙ୍କର ଖବରମାନ ଆସୁଛି । ଏହା ମଧ୍ୟରେ ୟୁକ୍ରେନର ୩୦୦ ନାଗରିକଙ୍କ ମୃତ୍ୟୁ ହୋଇଥିବା ଋଷ ପକ୍ଷରୁ ଦାବି କରାଯାଇଛି । ଅନ୍ୟପଟେ ୭ ନାଗରିକଙ୍କ ମୃତ୍ୟୁ ଓ ୯ ଜଣ ଆହତ ହୋଇଥିବା ୟୁକ୍ରେନର ଗୃହମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି । ସେପଟେ ୟୁକ୍ରେନର ଏୟାରବେସକୁ ସମ୍ପଣର୍ଣ୍ଣ ଉଡ଼ାଇ ଦେଇଥିବା ଋଷିଆ ଦାବି କରିଛି ।
ଅନ୍ୟପକ୍ଷରେ ରୁଷିଆ ରାଷ୍ଟ୍ରପତି ନାଟୋ ସଂଗଠନରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କରିଛି । ରୁଷିଆ ପକ୍ଷରୁ ୟୁକ୍ରେନ୍ ୨୩ ସ୍ଥାନରେ ଘନ ଘନ ଆକ୍ରମଣ କରାଯାଇଛି । ଏହା ମଧ୍ୟରେ ସକାଳେ ୟୁକ୍ରେନ୍ରେ ବଡ଼ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । ରଷିଆ ପକ୍ଷରୁ ସମସ୍ତ ବ୍ୟବସାୟିକ ବିମାନ ଉଡ଼ାଣ ବନ୍ଦ କରାଯାଇଛି ।
