ଯୁଦ୍ଧ ସମ୍ଭାବନା, ୟୁକ୍ରେନ ସୀମାରେ ଋଷର ୧୦୦ରୁ ଅଧିକ ମିଲିଟାରୀ ଟ୍ରକ
ନୂଆଦିଲ୍ଲୀ: ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି । ଆମେରିକା-ୟୁରୋପର ଧମକ ସତ୍ତ୍ୱେ ପଛକୁ ଫେରିବାକୁ ନାଁ ଧରୁନି ଋଷ । ଯାହା ଏବେ ଖବର ଆସୁଛି ୧୦୦ରୁ ଅଧିକ ସାମରିକ ଟ୍ରକ ଏବଂ ଋଷର ସୈନ୍ୟ ୟୁକ୍ରେନ ସୀମା ଆଡ଼କୁ ଯାଉଥିବା ଦେଖାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଟ୍ରକଗୁଡ଼ିକ ଏପରି ଏକ ସମୟରେ ଦେଖାଯାଇଛି । ଯେତେବେଳେ ୟୁକ୍ରେନ ୨ଟି ସହରକୁ ଋଷ ଦଖଲ କରିବାର ଭୟ ବଢ଼ୁଛି । ବାସ୍ତବରେ, ଋଷ ୟୁକ୍ରେନକୁ ମନିଭର୍ ବାହାନା କରି ଘେରି ରହିଥିବାବେଳେ ଏପରି ଆକ୍ରମଣାତ୍ମକ ପଦକ୍ଷେପ ନେଉଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଟ୍ରକଗୁଡ଼ିକ ଏପରି ଏକ ସମୟରେ ଦେଖାଦେଇଛି ଯେତେବେଳେ ୟୁକ୍ରେନର ଦୁଇଟି ସହରକୁ ଋଷ ଦଖଲ କରିବାର ଭୟ ବଢୁଛି । ବାସ୍ତବରେ, ଋଷ ୟୁକ୍ରେନକୁ ମନିଭର୍ ବାହାନା କରି ଘେରି ରହିଥିବା ବେଳେ ଏପରି ଆକ୍ରମଣାତ୍ମକ ପଦକ୍ଷେପ ନେଉଛି ।
ଋଷ-ୟୁକ୍ରେନ ସଙ୍କଟ ମଧ୍ୟରେ ଦସ୍ୱବ ଦେଶରେ ସୀମାରେ ଅବସ୍ଥା ଆହୁରି ଖରାପ ହେବାରେ ଆଶଙ୍କା ରହିଛି । ବାସ୍ତବରେ,ଋଷର ସଂସଦ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଯେଉଁଥିରେ ସେ ତାଙ୍କ ସୈନ୍ୟବାହିନୀକୁ ଅନ୍ୟ ଦେଶରେ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇ ପାରିବେ । ଏହି ସମ୍ପର୍କରେ ପୁଟିନ୍ କହିଛନ୍ତିଯେ, ବର୍ତ୍ତମାନ ସମସ୍ତ ବିକଳ୍ପ ତାଙ୍କ ପାଇଁ ଖୋଲା ଅଛି । ଏହାପରେ ଋଷର ସାମରିକ ଟ୍ରକ ଏବଂ ସୈନିକମାନେ ୟୁକ୍ରେନ ସୀମା ଆଡ଼କୁ ଯାଉଥିବାର ନଜର ଆସିଛନ୍ତି । ଯାହା ଯୁଦ୍ଧ ଆଡ଼କୁ ଗତି କରୁଥିବାର ଅନୁମାନ କରାଯାଉଛି ।
