ଭୋଟ ତାଲିକାରେ ନାହିଁ ନାମ, ମତଦାନରୁ ବଞ୍ଚିତ ହେଲେ ଗ୍ରାମବାସୀ
କନ୍ଧମାଳ : କନ୍ଧମାଳ ଜିଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ଦୁତିମେଣ୍ଡି ଗ୍ରାମ ପଞ୍ଚାୟତର ଵୈକୁମ୍ପା ଗ୍ରାମ ୧୧ ନଂ ଓ୍ଵାର୍ଡରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ତାଲିକାରେ ଗ୍ରାମବାସୀଙ୍କର ନାମ ନଥିବାରୁ ଭୋଟ ନଦେଇ ବାଦ୍ ପଡିଛନ୍ତି ୫୭ ଜଣ ପୁରୁଷ ଓ ମହିଳା ଭୋଟର । ଭୋଟ ନ ଦେଇ ମୌଳିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି ବୈକୁମ୍ପା, ମାଝୀପଡା ଗ୍ରାମବାସୀ । ଭୋଟର ମାନଙ୍କର ଭୋଟ ଦେବାର ଇଚ୍ଛା ଥିଲେ ମଧ୍ୟ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇ ନଥିବାରୁ ଏହି ଓ୍ବାର୍ଡରେ ଦୁଇଗ୍ରାମର ଅଞ୍ଚଳବାସୀ କେହି ମଧ୍ୟ ଗୋଟିଏ ହେଲେ ଭୋଟ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ବେଳେ ଖଜୁରୀପଡା ଥାନା ଅଧିକାରୀ ଏବଂ ତହସିଲଦାର ସେହି ଗ୍ରାମର ଜଣେ ଯୁବକଙ୍କୁ ଧମକ ଚମକ ଦେଇ ଭୋଟ ଦେବା ପାଇଁ ବାଧ୍ୟ କରାଇଥିଲେ । ଯାହା ଫଳରେ ସେହି ବୈକୁମ୍ପା ୧୧ନଂ ୱାର୍ଡ ଅଞ୍ଚଳ ବାସୀଙ୍କର କୌଣସି ବ୍ୟକ୍ତି ଗୋଟିଏ ମଧ୍ୟ ଭୋଟ ନଦେଇ ଭୋଟ୍ ବର୍ଜନ କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ବିଫଳ ହେଲା ବୋଲି ଗ୍ରାମବାସୀ ଗଣମାଧ୍ୟମ କୁ ସୂଚନା ଦେଇଥିଲେ ।
ଖଜୁରିପଡା ବ୍ଲକ ପ୍ରଶାସନ ଅଧିକାରୀ ଜିପିଓ ,ଇଲେକସନ ଅଫିସର, ବିଏଲଓ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଯେଉଁ ମାନେ ଭୋଟ ତାଲିକା ତିଆରି ଏବଂ ଭୋଟ ତାଲିକା ସଂଶୋଧନ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ସେହି ସରକାରୀ ବାବୁ ମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏହି ଗରିବ ଅଶିକ୍ଷିତ ଲୋକମାନେ ପାଞ୍ଚ ବର୍ଷକୁ ଥରେ ହେଉଥିବା ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାରୁ ବଞ୍ଚିତ ହେଲେ ବୋଲି ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଏହି ୧୧ ନଂ ୱାର୍ଡର ଭୋଟ ତାଲିକାରେ ୨୪୬ ଭୋଟରଙ୍କର ନାମ ଅନ୍ତର୍ଭୁକ୍ତ ରହିଛି। ୨୪୦ ଭଟୋର ନିଜର ପାର୍ଥି ଚୟନ କରି ଶାନ୍ତି ଶୃଙ୍ଖଳା ସହ ମତଦାନ କରିଛନ୍ତି କିନ୍ତୁ ଅନ୍ୟ ଭୋଟର ମାନେ ଭୋଟ ଦେବାରୁ ବଞ୍ଚିତ ହୋଇଥିବାରୁ ଅସନ୍ତୋଷ ଦେଖା ଦେଇଥିବା ବେଳେ ଭୋଟ ତାଲିକାରେ ଆମ ନାମ ଅନ୍ତର୍ଭୁକ୍ତ କରାଯାଉ ଏବଂ ଯେଉଁ ସରକାରୀ ବାବୁ ମାନଙ୍କ ପାଇଁ ସେମାନେ ଭଟୋ ଦେଇପାରିଲେ ନାହିଁ ସେହି ବାବୁ ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଞ୍ଚଳ ବାସୀ ଦାବି କହିଛନ୍ତି ।
