ଭାଜପା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ସିନେ ଅଭିନେତ୍ରୀ
୨୫, ୨୮ ଓ ୨୯ନଂ ଜୋନ୍ରେ ପ୍ରତାପ ଷଡଙ୍ଗୀ ଓ ମାନସ ଦତ୍ତଙ୍କ ତୁଫାନୀ ଗସ୍ତ
ଦୁର୍ନୀତିଗ୍ରସ୍ତ ରାଜ୍ୟ ସରକାରକୁ ଆଗାମୀ ଦିନରେ ଉଚିତ ଜବାବ ଦେବେ ଜନତା : ପ୍ରତାପ ଷଡଙ୍ଗୀ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ୨୫ନଂ, ୨୮ନଂ ଓ ୨୯ନଂ ଜୋନରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଉକ୍ତ ଜୋନ୍ରେ ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ସଦର ନିର୍ବାଚନ ମଣ୍ଡଳୀ ନେତା ତଥା ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ମାନସ କୁମାର ଦତ୍ତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି । ଅପରପକ୍ଷରେ ବରିଷ୍ଠ ନେତ୍ରୀ ତଥା ସିନେ ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ଜିନା ସାମଲ ପ୍ରଚାର ମୈଦାନରେ ଓହ୍ଲାଇ ଜିଲ୍ଲାପରିଷଦ ପ୍ରାର୍ଥୀ ଅନ୍ୟ ଦଳୀୟ ସମର୍ôଥତ ପ୍ରାର୍ଥୀଙ୍କ ପାଇଁ ଜନତାଙ୍କୁ ଭୋଟ ପାଇଁ ନିବେଦନ କରିଛନ୍ତି ।


ପ୍ରଥମେ ରାଇସୁଆଁରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସହିତ ହଳଦୀପଦାରେ ଏକ ପଥପ୍ରାନ୍ତ ସଭାରେ ଯୋଗଦେଇ ସାଧାରଣ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟ ସମ୍ବନ୍ଧରେ ଉଲ୍ଲେଖ କରିଥିଲେ । ପରେ କସିପଦା, ଆଙ୍କୋ, ରାସଲପୁର ଓ ଶ୍ରୀରାମପୁରରେ ବିଶାଳ ବାଇକ ରାଲି ଯୋଗେ ଜନତାଙ୍କ ଆଶୀର୍ବାଦ ଲୋଡିଛନ୍ତି । ସେହିପରି ସନ୍ଧ୍ୟାରେ ସିନ୍ଧିଆ ଓ ବାହାବଳପୁୁରେ ମଧ୍ୟ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ଗତ ଉପ ନିର୍ବାଚନରେ ବିଜୁ ଜନତା ଦଳ ଯେଉଁ ସବୁ ପ୍ରତିଶୃତି ସାଧାରଣ ଜନତାକୁ ଦେଇଥିଲେ, ତାହା ଆଜି ପାଣିର ଗାର ସଦୃଶ ପ୍ରମାଣିତ ହୋଇସାରିଛି । ଉପ ନିର୍ବାଚନକୁ ୧ ବର୍ଷ ବିତିଯାଇ ଥିବା ବେଳେ ପଞ୍ଚାୟତରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇପାରି ନାହିଁ । ମୋଦି ସରକାର ବ୍ୟାପକ ମାତ୍ରାରେ ଅର୍ଥ ପଠାଉଥିବା ବେଳେ ଏଠି ବିଜେଡିର ନେତା କର୍ମୀ ମାନେ ଠିକାଦାର ସାଜି ଲୁଟିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ଓ ଗରିବକଲ୍ୟାଣ ଯୋଜନାରୁ ବଞ୍ଚିତ ହେଉଛନ୍ତି । ସରକାରୀ କଳ ବଳ ଜରିଆରେ ଭୋଟରମାନଙ୍କୁ ପ୍ରଭାବିତ କରି ନିର୍ବାଚନ ହାତେଇବାକୁ ଶାସକ ବିଜେଡି ଅପପ୍ରୟାସ ଜାରି ରଖିଛି ଓ ଚଳିତ ପଞ୍ଚାୟତ ନିର୍ବାଚନରେ ଜନତା ଏହାର ଉଚିତ ଜବାବ ଦେବେ ବୋଲି ଶ୍ରୀ ଷଡଙ୍ଗୀ ପରିପ୍ରକାଶ କରିଛନ୍ତି । ଜୋନ୍ରେ ବିପୁଳ ଜନ ସମର୍ଥନର ଚିତ୍ର ସ୍ପଷ୍ଟ କରିଛି ଯେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବିପୁଳ ମାତ୍ରାରେ ବିଜୟ ଲାଭ କରିବାକୁ ଯାଉଛି ବୋଲି ଶ୍ରୀ ଦତ୍ତ ମତପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୨୯ନଂ ଜିଲ୍ଲାପରିଷଦ ପ୍ରାର୍ଥୀ ବିଜୟ କୁମାର ନାୟକ, ୨୫ନଂ ଜିଲ୍ଲାପରିଷଦ ପ୍ରାର୍ଥୀ ଗୟାଧର ବେହେରା, ୨୮ନଂ ଜିଲ୍ଲାପରିଷଦ ପ୍ରାର୍ôଥ ସନ୍ତୋଷ ସେଠୀ, ରାଇସୁଆଁ ସରପଞ୍ଚ ପ୍ରାର୍ଥୀ ରାକେଶ କୁମାର ଜେନା ଓ ସମିତିସଭ୍ୟ ପ୍ରାର୍ଥୀ ଦୀନବନ୍ଧୁ ଦାସ, ହଳଦୀପଦା ସରପଞ୍ଚ ପ୍ରାର୍ôଥନୀ ସଂଯୁକ୍ତା ବାର ଓ ସମିତିସଭ୍ୟା ପ୍ରାର୍ôଥନୀ କ୍ଷୀରାବ୍ଦୀ ତନୟା ମହାଳିକ, କସିପଦା ସରପଞ୍ଚ ପ୍ରାର୍ôଥନୀ ଅନିତା ବେହେରା ଓ ସମିତିସଭ୍ୟା ପ୍ରାର୍ôଥନୀ ଇପସିତା ନାୟକ, ଆଙ୍କୋ ସରପଞ୍ଚ ପ୍ରାର୍ôଥନୀ ସବିତା ଦାସ ଓ ସମିତିସଭ୍ୟା ପ୍ରାର୍ôଥନୀ ବିନିତା ମୁର୍ମୁ, ରସଲପୁର ସରପଞ୍ଚ ପ୍ରାର୍ôଥନୀ ଅଞ୍ଜନା ବଢେଇ ଓ ସମିତିସଭ୍ୟ ପ୍ରାର୍ଥୀ ଅଜୟ ଜେନା, ଶ୍ରୀରାମପୁର ସରପଞ୍ଚ ପ୍ରାର୍ଥୀ ଶଚିଦାନନ୍ଦ ଜେନା ଓ ସମିତିସଭ୍ୟା ପ୍ରାର୍ôଥନୀ କୌଶଲ୍ୟା ସେଠୀ, ସିନ୍ଧିଆ ସରପଞ୍ଚ ପ୍ରାର୍ôଥନୀ ସସ୍ମିତା କର ଓ ସମିତିସଭ୍ୟ ପ୍ରାର୍ଥୀ ଅଞ୍ଜନ କୁମାର ପରିଡା, ବାହାବଳପୁର ସରପଞ୍ଚ ପ୍ରାର୍ଥୀ ରାମନାରାୟଣ ଦ୍ୱିବେଦୀ ଓ ସମିତିସଭ୍ୟା ପ୍ରାର୍ôଥନୀ ରଶ୍ମୀତା ମଣ୍ଡଳ, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ମଣ୍ଡଳ ସଭାପତି ତପନ ଗିରି, ବିଜୟ ଦାସ, କାର୍ତ୍ତିକ ରାଉତ, ମଣ୍ଡଳ ପ୍ରଭାରୀ ଗଙ୍ଗାଧର ରାଉତ, ଲୋକନାଥ ଭୂୟାଁ, ସତ୍ୟଜିତ ମିଶ୍ର, ଚନ୍ଦ୍ରଶେଖର ନନ୍ଦ, ନିରଞ୍ଜନ ଜେନା, ବିଜୟ ସାହୁ, ଲକ୍ଷ୍ମୀଧର ଜେନା, ଶ୍ରୀଧର ବେହେରା, ଅନ୍ତର୍ଯ୍ୟାମୀ ବେହେରା, ସୁଭେଶ ନାୟକ, ଅଭିମନ୍ୟୁ ଦଳେଇ, ରଶ୍ମୀରଞ୍ଜନ ଜେନା, ଉମାକାନ୍ତ ପ୍ରଧାନ, ଚକ୍ରଧର ସେଠୀ, ତପନ ମହାପାତ୍ର, ଜଗଦାନନ୍ଦ ବେହେରା, ବିରେନ୍ଦ୍ର ସେନାପତି, ସୁରେଶ ମାନ୍ନା, ଲୋକନାଥ ବେରା, କୌସିକ ଚାନ୍ଦ, ରାଜେନ୍ଦ୍ର ଚାଟାର୍ଜୀ, ଅରୁପ ଜେନା, ପବନ କମିଳା, ଅନିଲ ମହାନ୍ତି ସହ ବହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
