୨୫, ୨୬ ଓ ୨୯ ନଂ ଜୋନରେ ବିଜେଡିର ବିଶାଳ ବାଇକ ରାଲି
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ୨୫, ୨୬ ଏବଂ ୨୯ ନଂ. ଜୋନରେ ବିଶାଳ ବାଇକ ରାଲି ସହ ପଥପ୍ରାନ୍ତ ସଭା କରି ପ୍ରଚାରର ମଙ୍ଗ ଧରି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବାକୁ ନିର୍ବାଚନୀ ମୈଦାନକୁ ଓଲ୍ହାଇଛନ୍ତି ଜିଲା ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବ, ଜିଲା ସଭାପତି ରବୀନ୍ଦ୍ର କୁମାର ଜେନା ଏବଂ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ l ଓଡ଼ଙ୍ଗୀ, ଓଲଣ୍ଡା ସାରଗାଁ, ସିନ୍ଧିଆ, ଗୋପୀନାଥପୁର, ପରୀକ୍ଷି, ଦୁବଲାଗଡି, ବାହା୍ବଲପୁର, ଛାନୁଆ, ପଞ୍ଚୁପଡ଼ା, ଆଲୁମେଦା ଏବଂ କଷାଫଳ ପଞ୍ଚାୟତର ବାଇକ ରାଲି କରି ୨୫ ନଂ ଜୋନର ବିଜୁ ଜନତା ଦଳର ଜିଲା ପରିଷଦ ପ୍ରାର୍ଥୀ ସଞ୍ଜୟ ଦାସ, ୨୬ ନଂ ଜୋନର ବିଜୁ ଜନତା ଦଳର ଜିଲା ପରିଷଦ ପ୍ରାର୍ଥୀ ସୋନାଲି ବିଶ୍ୱାଳ, ୨୯ ନଂ ଜୋନର ବିଜୁ ଜନତା ଦଳର ଜିଲା ପରିଷଦ ପ୍ରାର୍ଥୀ ନାରାୟଣ ପ୍ରଧାନଙ୍କ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ, ସମିତି ସଭ୍ୟ ପ୍ରାର୍ଥୀ, ଏବଂ ସମସ୍ତ ୱାର୍ଡ଼ ମେମ୍ବର ପ୍ରାର୍ଥୀଙ୍କ ସହ ଅନୁଷ୍ଠିତ ସାଧାରଣ ସଭାରେ ଯୋଗଦାନ କରି ସମସ୍ତ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ପର୍ଯ୍ୟବେକ୍ଷକ ପ୍ରତାପ ଦେବ l
ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ବଜାଇ ରଖିବା ପାଇଁ ଶଙ୍ଖ ଚି଼ହ୍ନରେ ଭୋଟ ଦେବା ପାଇଁ ନିବେଦନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକ ଦ୍ୱାରା ସାଧାରଣ ଲୋକ କିଭଳି ଭାବେ ଉପକୃତ ହେଉଛନ୍ତି ତାହା ମଧ୍ୟ ବଖାଣି ଥିଲେ l ପ୍ରତାପ ଦେବ ସଭା ଗୁଡିକରେ ଉଦବୋଧନ ଦେଇ ନବୀନ ବାବୁ କିପରି ଭାବେ ପଂଚାୟତ ଗୁଡିକରେ ରାସ୍ତାଘାଟ, ପାନୀୟ ଜଳର ସହଜ ଲଭ୍ୟତା, ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ, ମାଛ ଚାଷୀ ମାନଙ୍କୁ ସବସିଡି, ସୁଲଭ ମୂଲ୍ୟ ରେ ବିଦ୍ୟୁତ ଯୋଗାଣ ଓ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ମାଧ୍ୟମ ରେ ସ୍ୱାସ୍ଥ୍ୟ ସେବା, ବିଜୁ ପକ୍କା ଘର, ମୋ ସ୍କୂଲ ଯୋଜନl ସମ୍ପର୍କରେ ଉଲ୍ଲେଖ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଭାପତି ବସନ୍ତ ପଣ୍ଡା, ରଞ୍ଜନ ବାଗ, ରଞ୍ଜନ ପ୍ରଧାନ, ରଘୁନାଥ ଲେଙ୍କା, ସୁବୋଧ ମହାନ୍ତି, ଟାଉନ ଯୁବ ସଭାପତି ଉମାଶଙ୍କର ତିଆଡ଼ି, ଯୁବନେତା ଶକ୍ତିପଦ ରାୟ, ରମେଶ ଜେନା, ପ୍ରସନ୍ନ ଜେନା, ହରିଶ ପ୍ରଧାନ, ସୁନୀଲ ସେଠୀ, ବିକାଶ ଦାସ, ସୁଜିତ କୁମାର ପଣ୍ଡା, ଗଣେଶ ପ୍ରଧାନ, ଦିଲ୍ଲୀପ ଜେନା, ଗୌରଭ ରାଉତ ପ୍ରମୁଖ ଉପସ୍ଥିତ ଥିଲେ l
