ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ
ଭୁବନେଶ୍ୱର : ଆସନ୍ତାକାଲି ୨୨ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ହେବ । ଚତୁର୍ଥ ପର୍ଯ୍ୟାୟରେ ୧୭,୦୮୯ ବୁଥ ମତଦାନ ହେବ । ୬୪ ବ୍ଲକର ୧୬୩ ଜିଲ୍ଲା ପରିଷଦ ଆସନରେ ପଡ଼ିବ ଭୋଟ । ସେହିପରି ୧୨ଶହ ୫୪ ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ ଓ ୧୭ ହଜାର ୮୯ଟି ଓ୍ୱାର୍ଡ ପାଇଁ ମତଦାନ ହେବ । ମୋଟ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ଏନେଇ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏଥିମଧ୍ୟରୁ ୨୫୬୩ ବୁଥ୍ ସମ୍ବେଦନଶୀଳ ଚିହ୍ନଟ ହୋଇଛି । ତେବେ ପୂର୍ବ ୩ ପର୍ଯ୍ୟାୟ ଭୋଟ୍ ଗ୍ରହଣ ସମୟରେ ଘଟିଥିବା ବିଶୃଙ୍ଖଳା ଚତୁର୍ଥ ପର୍ଯ୍ୟାୟରେ ବି ପୁନରରାବୃତ୍ତି ହେବାର ସମ୍ଭାବନା ରହିଛି । ସେନେଇ ସମସ୍ତ ଜିଲ୍ଲାପାଳ ମାନଙ୍କୁ ତାଗିଦ୍ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।
