ମାଲକାନଗିରି ପୋଲିସକୁ ବଡ ସଫଳତା! ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
ମାଲକାନଗିରି : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଜାରି ରହିଛି । ଆସନ୍ତା ମଙ୍ଗଳବାର ମାଲକାନଗିରି ସ୍ୱାଭିମାନ୍ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଯାଉଛି । ଯାହାକୁ ନେଇ ଜିଲା ପୋଲିସ୍ ପକ୍ଷରୁ ସବୁ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ପଞ୍ଚାୟତ ନିର୍ବାଚନ ବେଳେ ମାଲକାନଗିରି ପୋଲିସକୁ ମିଳିଲା ବଡ ସଫଳତା । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ।
ସୂଚନା ଅନୁଯାୟୀ, ଯୋଡାମ୍ବ ଥାନା ଅନ୍ତର୍ଗତ ଯନ୍ତ୍ରୀ ପଞ୍ଚାୟତର ନଦମେଞ୍ଜରୀ ଗ୍ରାମ ନିକଟ ଜଙ୍ଗଲରେ କମ୍ବିଂ କରୁଥିବା ବେଳେ ମାଓବାଦୀଙ୍କ ଦ୍ୱାରା ପୋତା ହୋଇଥିବା ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ୍ ହୋଇଛିା ସେଠାରୁ ଟିଫିନ ବୋମା, ଲ୍ୟାଣ୍ଡମାଇନ, ବ୍ୟାଟେରୀ, ରିମୋଟ, ଦେଶୀ ବନ୍ଧୁକ, ପିସ୍ତଲ ଓ କୋଡେକ୍ସ ୱାର ସହ ଅନେକ ବିସ୍ଫୋରକ ଜବତ ହୋଇଥିବା ନେଇ ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ମାଲକାନଗିରି ଏସପି ।
