ଫିଲ୍ମ ଅଫ୍ ଦି ଇୟର ଆୱାର୍ଡ ହାତେଇଲା ‘ପୁଷ୍ପା’
ରଣବୀର ସିଂ ଶ୍ରେଷ୍ଠ ଅଭିନେତା ଓ କିର୍ତ୍ତି ସାନନ ଶ୍ରେଷ୍ଠ ଅଭିନେତ୍ରୀ
ମୁମ୍ବାଇ : ଦାଦାସାହେବ ଫାଲକେ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ -୨୦୨୨ ରେ ‘ପୁଷ୍ପା’ ର କମାଲ୍ । ଫିଲ୍ମ ଅଫ୍ ଦି ଇୟର ଆୱାର୍ଡ ହାତେଇଲା ପୁଷ୍ପା । ଏହାସହ ରଣବୀର ସିଂ ଙ୍କୁ ଶ୍ରେଷ୍ଠ ଅଭିନେତା ଓ କିର୍ତ୍ତି ସାନନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଦାଦା ସାହେବ୍ ଫାଲକେ ଆୱାର୍ଡ ମିଳିଛି । ଦାଦାସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ -୨୦୨୨ ମାୟାନଗରୀରେ ଅନୁଷ୍ଠିତ ହୋଇଥିଲା । ଫିଲ୍ମ ଠାରୁ ଆରମ୍ଭ କରି ଟିଭି ଯାଏଁ ଦମଦାର କାମ କରିଥିବା ବ୍ୟକ୍ତି ଓ ବିଷୟ ବସ୍ତୁକୁ ପ୍ରଶଂସା କରିବା ସହ ଭିନ୍ନ ଭିନ୍ନ କ୍ୟାଟେଗୋରୀ ଅନୁଯାୟୀ ଆୱର୍ଡ ଦିଆଯାଇଛି ।

ଏଥିରେ ଶେରଶାହ ସର୍ବଶ୍ରେଷ୍ଠ ଫିଲ୍ମ ହୋଇଥିବା ବେଳେ କ୍ରିଟିକ ବେଷ୍ଟ ଫିଲ୍ମରେ ‘ସର୍ଦ୍ଦାର ଉଦ୍ଧମ’ କୁ ଆୱର୍ଡ ମିଳିଛି । ଶେରଶାହା ପାଇଁ କିଆରା ଆଡଭାନୀଙ୍କୁ କ୍ରିଟିକ୍ସ ବେଷ୍ଟ ଅଭିନେତ୍ରୀ ଓ ସିଦ୍ଧାର୍ଥ ମଲୋତ୍ରାଙ୍କୁ ବେଷ୍ଟ କ୍ରିଟିକ ଅଭିନେତା ଭାବେ ଆୱାର୍ଡ ମିଳିଛି । ସୁନୀଲ ସେଟ୍ଟୀଙ୍କ ପୁଅ ଆହାନ ସେଟ୍ଟୀ ମଧ୍ୟ ଏଥିରେ ସାମିଲ ଅଛନ୍ତି । ସେହିପରି ଶ୍ରେଷ୍ଠ ନିର୍ଦେଶକ ତାଲିକାରେ କେନତ ଘୋଷ୍ ଙ୍କୁ ସମ୍ମାନିତ କରାଯାଇଛି । ଶ୍ରେଷ୍ଠ ସହ ଅଭିନେତା ଭାବେ କୌଶିକ ଓ ଅଭିନେତ୍ରୀ ଭାବେ ଲାରା ଦତ୍ତା ପାଇଛନ୍ତି ଆୱାର୍ଡ । ମୁମ୍ବାଇର ତାଜ ଲ୍ୟାଡସ୍ ଏଣ୍ଡ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଆହାନ ସେଟ୍ଟୀ, ସତିଶ୍ କୌଶିକ୍ ଓ ସନ୍ୟା ମଲୋତ୍ରା ସାମିଲ୍ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଲାରା ଦତ୍ତା,ରଣବୀର ସିଂ, କାୟରା ଆଡଭାନୀ ଙ୍କ ସମେତ ବହୁ କଳାକାର ଯୋଗଦେଇଥିଲେ ।
