ପ୍ରତିଦିନ ଆଖିରେ କଜ୍ଜ୍ୱଳ ଲଗାଉଛନ୍ତି କି ? ଜାଣି ନିଅନ୍ତୁ ନଚେତ ସୃଷ୍ଟି ହୋଇପାରେ ଏହି ସମସ୍ୟା
ଦୁନିଆରେ ଏପରି କୌଣସି ଝିଅ ନାହାଁନ୍ତି । ଯାହାଙ୍କୁ ଆଖିରେ କଜ୍ଜ୍ୱଳ ଲଗାଇବାକୁ ଭଲ ଲାଗେନି । କହିବାକୁ ଗଲେ ସମସ୍ତେ ଆଖିରେ କଜ୍ଜ୍ୱଳ ଲଗାଇବାକୁ ଭଲ ପାଆନ୍ତି । କାରଣ କଜ୍ଜ୍ୱଳ ଲଗାଇବା ପରେ ଆଖି ଆହୁରି ସୁନ୍ଦର ଦେଖାଯାଏ । ମୁହଁ ବହୁତ ସୁନ୍ଦର ଦେଖାଯାଏ । କଜ୍ଜ୍ୱଳକୁ ମେକଅପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଏ । ଏହି କାରଣରୁ ଆଖି ବହୁତ ସୁନ୍ଦର ଏବଂ ବଡ ଦେଖାଯାଏ । କିନ୍ତୁ ଆପଣ ଜାଣନ୍ତି କି ପ୍ରତିଦିନ କଜ୍ଜ୍ୱଳ ଲଗାଇଲେ ଆଖି ପ୍ରତି ବିପଦ ସୃଷ୍ଟି ହୁଏ ।
ଆଜିକାଲି ବଜାରରେ ଅନେକ ପ୍ରକାରର କଜ୍ଜ୍ୱଳ ମିଳୁଛି । ଆପଣ ଭାବିଛନ୍ତି କି ଏଥିରେ କେତେ ପରିମାଣର କେମିକାଲ ଥିବା । ଯାହା ଥରେ ଆଖି ସଂସ୍ପର୍ଶରେ ଆସିଲେ । ଏବଂ ଆଲର୍ଜି ସମସ୍ୟା ମଧ୍ୟ ଉପୁଜେ । କଜ୍ଜ୍ୱଳରେ ମର୍କୁର, ସୀସା ଏବଂ ପାରାବେନ୍ସ ଭଳି ଉପାଦାନ ବ୍ୟବହୃତ ହୁଏ । ଯାହା ଆଖିରେ ‘କନଜୁଣ୍ଟିଭାଇଟିସ୍’ ସମସ୍ୟା ସୃଷ୍ଟି କରିପାରେ । ଯାହାକୁ ଆଖି ସଂକ୍ରମଣ କୁହାଯାଏ । ପ୍ରତିଦିନ କଜ୍ଜ୍ୱଳ ଲଗାଇବା ଦ୍ୱାରା ଆଲର୍ଜି, କର୍ଣ୍ଣିଆଲ୍ ଅଲସର୍ ଏବଂ ଆଖି ନାଲି ପଡ଼ିବା ଏବଂ ଆଖି ଫୁଲିବା ଭଳି ସମସ୍ୟା ସୃଷ୍ଟି ହୋଇପାରେ । ଆପଣ ଭାବୁଥିବେ ନାଁ ତା ବୋଲି କ’ଣ ଆମେ କଜ୍ଜ୍ୱଳ ଲଗାଇବା ଛାଡ଼ିଦେବୁ । ସୁନ୍ଦରତା ଉପରେ ପ୍ରତ୍ୟେକ ନାରୀଙ୍କ ଅଧିକାର ଥାଏ । ତେଣୁ ଘରେହିଁ କଜ୍ଜ୍ୱଳ ପ୍ରସ୍ତୁତ କରି ଲଗାଇବେ ।
