ସୋପିୟାନରେ ଏନକାଉଣ୍ଟର : ୨ ଯବାନ ସହିଦ, ଜଣେ ଆତବାଦୀ ନିହତ
ଜମ୍ମୁ-କଶ୍ମୀର: ଦକ୍ଷିଣ କଶ୍ମୀରର ସୋପିୟାନରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ୨ ଯବାନ ହେଲେ ସିପାହୀ ସନ୍ତୋଷ ଯାଦବ ଓ ଚବନ ରୋନିତ ତାନାଜୀ । ଅନ୍ୟପଟେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଉକ୍ତ ଅଞ୍ଚଳରେ ଏବେ ସୁରକ୍ଷାବଳ ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡ଼ିଛିି ।
ଅଧିକାରୀଙ୍କ କହିବାନୁସାରେ, ସୋପିୟାନର ଜେନାପୁର ଅଞ୍ଚଳସ୍ଥିତ ଚେରମାର୍ଗରେ ଆତଙ୍କବାଦୀ ଥିବା ନେଇ ସୂଚନା ମିଳିଥିଲା । ପରେ ଉକ୍ତ ଅଞ୍ଚଳକୁ ସେନା ପକ୍ଷରୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ସମୟରେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀ ସେମାନଙ୍କ ଉପରେ ଗୁଳି ଚଳାଇଥିଲେ । ସୁରକ୍ଷାବଳ ମଧ୍ୟ ଏହାର କଡ଼ା ଜବାବ ଦେଇଥିଲା ।
