ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ : ୬ ବର୍ଷ ପାଇଁ ବହିଷ୍କୃତ ହେଲେ ୧୦ କଂଗ୍ରେସ ନେତା
ଡେରାଡୁନ : ମହଙ୍ଗା ପଡ଼ିଲା ଦଳୀୟ ଆଶାୟୀ ପ୍ରାର୍ଥୀଙ୍କୁ ବିରୋଧ ଓ ଦଳ ବିରୋଧୀ କାର୍ଯ୍ୟ। ଏହି ଅଭିଯାଗରେ କଂଗ୍ରେସ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ୧୦ଜଣ ନେତାଙ୍କୁ ଦଳ ୬ ବର୍ଷ ପାଇଁ ଦଳରୁ ବାହାର କରିଦେଇଛି । ଏହା ପୂର୍ବରୁ କଂଗ୍ରେସ ଦଳର ପୂର୍ବ କ୍ୟାବିନଟ ମନ୍ତ୍ରୀ ପାଞ୍ଚଜଣ ପୂର୍ବତନ ବିଧାୟକଙ୍କ ସମେତ ୨୦ ଜଣ ନେତାଙ୍କୁ ଦଳରୁ ବାହାରକରି ଦେଇଥିଲା ।
ସଙ୍ଗଠନ ପ୍ରଦେଶ ମହାମନ୍ତ୍ରୀ ମଥୁରା ଦତ୍ତ ଯୋଶୀ ଓ ଜିଲ୍ଲା ଅଧ୍ୟକ୍ଷ ଈଶ୍ୱର ସିଂହ ବିଷ୍ଟ କାଳୀଚରଣ ରାୱତ, ଚେନ ସିଂହ ପମ୍ବାର, ନରେନ୍ଦ୍ର ସିଂହ ଚୌହାନ, ରଣବୀର ସିଂହ ଗୁସାଂଇ, ଭାରତ ଭୂଷଣ କଠେତ, ମକର ବେରୱାଣ, ବିକ୍ରମ ନେଗୀ ଓ ସୁନୀଲ ନୌଟିଆଲଙ୍କୁ ଦଳରୁ ବାହାର କରି ଦେଇଛନ୍ତି। ସମେଲସ୍ତ ଜିଲ୍ଲା ଅଧ୍ୟକ୍ଷ, ନଗର ଅଧ୍ୟକ୍ଷ, ଓ ନିର୍ବାଚନରେ ଲଢ଼ୁଥିବା ଦଳୀୟ ଆଶାୟି ପ୍ରାର୍ଥୀଙ୍କୁ ନିର୍ବାଚନରେ ଅସହଯୋଗ କରୁଥିବା କାର୍ଯ୍ୟକର୍ତ୍ତାଙ୍କର ତାଲିକା ମଗାଯାଇଛି । ଆଶାୟୀ ପ୍ରାର୍ଥୀଙ୍କ ବିରୋଧରେ କାମ କରୁଥିବା ଦଳୀୟ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କୃତ କରାଯିବ। ପ୍ରଦେଶ ମହାମନ୍ତ୍ରୀ ମଥୁରାଦତ୍ତ ଯୋଶୀ କହିଛନ୍ତି ଅନୁଶାସନ ନିରନ୍ତର ପ୍ରକ୍ରିୟା ଅଟେ । ନିର୍ବାଚନ ସମୟରେ ଦଳ ବିରୋଧି କାର୍ଯ୍ୟ କରୁଥିବା ଲୋକମାନଙ୍କୁ ବାହାର କରାଯାଉଛି । ଆଗକୁ ମଧ୍ୟ ଦଳର ଅନୁଶାସନ ଭାଙ୍ଗୁଥିବା ଲୋକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
