ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତ ମୃତ
ଭୁବନେଶ୍ୱର : ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇଥିଲା । ବର୍ତ୍ତମାନ ଦୈନିକ ପଜିଟିଭ୍ ସଂଖ୍ୟା ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଲାଗି ପାରୁନି ରୋକ୍ । ବିଗତ କିଛିଦିନ ଧରି ରାଜ୍ୟରେ ଦୈନିକ ମୃତ୍ୟୁ ସଂଖ୍ୟା ୨୦ ଉପରେ ରହୁଥିବା ଦେଖାଯାଉଛି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୩୪ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୧୮ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୯୯୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Details of cases confirmed as death due to Covid-19, after due completion of death audit process:
— H & FW Dept Odisha (@HFWOdisha) February 19, 2022
1.A 52 years old Female of Angul District who was also suffering from Decompensated Chronic Liver Disease with Ascites and Coagulopathy, Hypothyroidism.
ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୮ ଜଣ, ଖୋର୍ଦ୍ଧାରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ, ଅନୁଗୋଳ, ବାଲେଶ୍ବର, ଗଞ୍ଜାମ ଓ କନ୍ଧମାଳ ଜିଲାରୁ ଜଣେ ଲେଖାଁଏ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୧୯୮୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୦୯୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୬୫୮୪୩ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୮୭୬୬୦୩୨ସାମ୍ପୁଲ ଟେଷ୍ଟ୍ ହୋଇଛି ।
