ରସୁଲପୁର, ହଳଦୀପଦା ଓ ନଗ୍ରମରେ ବିଜେଡିର ବାଇକ ରାଲି, ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ବିଧାୟକ
ବାଲେଶ୍ୱର : ବାଲେଶ୍ୱର ନିର୍ବାଚନମଣ୍ଡଳୀର ୨୮ ନଂ ଜୋନର ରସୁଲପୁର ଏବଂ ହଳଦୀପଦା ଗ୍ରାମ ପଞ୍ଚାୟତ ଏବଂ ୨୫ ନଂ ଜୋନର ନଗ୍ରମ ଗ୍ରାମ ପଞ୍ଚାୟତରେ ବାଇକ ରାଲି ସହ ପ୍ରଚାରର ମଙ୍ଗ ଧରି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବାକୁ ନିର୍ବାଚନୀ ମୈଦାନକୁ ଓଲ୍ହାଇଛନ୍ତି ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ l ରସୁଲପୁର ଗ୍ରାମ ପଞ୍ଚାୟତର ବଡ଼ଧନାଡ଼ି ଗ୍ରାମରେ ବାଇକ ରାଲି କରି ବିଧାୟକ ଶ୍ରୀ ଦାସଙ୍କ ସହ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ସହ ଅନୁଷ୍ଠିତ ସାଧାରଣ ସଭାରେ ଯୋଗଦାନ କରି ୨୮ ନଂ ଜୋନର ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ସଞ୍ଜୟ ସେଠୀ, ରସୁଲପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ, ସମିତି ସଭ୍ୟ ପ୍ରାର୍ଥୀ, ଏବଂ ସମସ୍ତ ୱାର୍ଡ଼ ମେମ୍ବର ପ୍ରାର୍ଥୀଙ୍କ ସହ ହଳଦୀପଦା ଗ୍ରାମ ପଞ୍ଚାୟତର ଅନୁଷ୍ଠିତ ସାଧାରଣ ସଭାରେ ଯୋଗଦାନ କରି ସରପଞ୍ଚ ପ୍ରାର୍ଥୀ, ସମିତି ସଭ୍ୟ ପ୍ରାର୍ଥୀ ଏବଂ ସମସ୍ତ ୱାର୍ଡ଼ ମେମ୍ବର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ବିଧାୟକ ଶ୍ରୀ ଦାସ l
ସନ୍ଧ୍ୟାରେ ନଗ୍ରମ ଗ୍ରାମ ପଞ୍ଚାୟତର ବିଭିନ୍ନ ୱାର୍ଡ଼ରେ ପଥପ୍ରାନ୍ତ ବୈଠକ ଆୟୋଜନ କରି ୨୫ ନଂ ଜୋନର ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ସଞ୍ଜୟ ଦାସ, ସରପଞ୍ଚ ପ୍ରାର୍ଥୀ, ସମିତି ସଭ୍ୟ ପ୍ରାର୍ଥୀ ଏବଂ ସମସ୍ତ ୱାର୍ଡ଼ ମେମ୍ବର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ବିଧାୟକ ଶ୍ରୀ ଦାସ l ମୁଖମନ୍ତ୍ରୀନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ବଜାଇ ରଖିବା ପାଇଁ ଶଙ୍ଖ ଚି଼ହ୍ନରେ ଭୋଟ ଦେବା ପାଇଁ ବିଧାୟକ ଶ୍ରୀ ଦାସ ନିବେଦନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକ ଦ୍ୱାରା ସାଧାରଣ ଲୋକ କିଭଳି ଭାବେ ଉପକୃତ ହେଉଛନ୍ତି ତାହା ମଧ୍ୟ ବଖାଣି ଥିଲେ ଏବଂ ତାଙ୍କର ବିଧାୟକ ହେବା ପରେ ଏକ ବର୍ଷରେ କରିଥିବା କାର୍ଯ୍ୟର ଚିଠା ସାଧାରଣ ଲୋକଙ୍କୁ ଅବଗତ କରାଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଲକ ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ନେତା ରଞ୍ଜନ ବାଗ, ଯୁବ ନେତା ରଘୁନାଥ ଲେଙ୍କା, ରସୁଲପୁର ପଞ୍ଚାୟତ ସଭାପତି ଅକ୍ରୁର ତରେଇ, ହଳଦୀପଦା ପଞ୍ଚାୟତ ସଭାପତି ଯୋଗେଶ୍ୱର ପଣ୍ଡା, ନଗ୍ରମ ପଞ୍ଚାୟତ ସଭାପତି ରମେଶ ଜେନା, ସୁବ୍ରତ ପରିଡ଼ା, ଗୌରହରୀ ପ୍ରଧାନ, ପର୍ଶୁରାମ ପ୍ରଧାନ, ଶ୍ରୀକାନ୍ତ ନାୟକ ହେମାଙ୍ଗିନୀ ତ୍ରିପାଠୀ, ଶ୍ରୀଧର ପ୍ରହରାଜ, ସଦର ବ୍ଲକ ଯୁବ କାର୍ଯ୍ୟକାରୀ ସଭାପତି ଦିବ୍ୟଶକ୍ତି ଜେନା, କିରଣ ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ l
