ମଣିପୁର ନିର୍ବାଚନ ପାଇଁ ଇସ୍ତାହାର ଘୋଷଣା କଲା ବିଜେପି
ମଣିପୁର : ମଣିପୁର ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ରହିଛି । ଏହି ସମୟରେ ଆଜି ବିଜେପି ସଭାପତି ଜେପି ନଡ୍ଡା ମଣିପୁର ନିର୍ବାଚନ ପାଇଁ ବିଜେପିର ମେନିଫେଷ୍ଟୋ ପ୍ରକାଶ କରିଛନ୍ତି । ବିଜେପି ସଭାପତି ଜେପି ନାଡ୍ଡା ମେନିଫେଷ୍ଟୋ ଜାରି କରି କହିଛନ୍ତି ଆମେ ଜାଣୁ ମଣିପୁର ଏକ ସକରାତ୍ମକ ରାଜ୍ୟ ଏବଂ ଏହାର ଅପାର ଶକ୍ତି ରହିଛି। ଏଠରେ ପ୍ରଚୁର ପ୍ରତିଭା ରହିଛି ଏବଂ ଏହା ଉତ୍ତର-ପୂର୍ବର ଭାରତର ବିକାଶ ପାଇଁ ଏକ ଉତ୍ସଅଟେ । ଜେପି ନଡ୍ଡା କହିଛନ୍ତି ଏନ ବିରେନ ସିଂଙ୍କ ନେତୃତ୍ୱରେ ଗତ କିଛି ବର୍ଷ ମଧ୍ୟରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଅସ୍ଥିରତା ଠାରୁ ସ୍ଥିରତା ପର୍ୟ୍ୟନ୍ତ ରାଜ୍ୟରେ ଏକ ବଡ ପରିବର୍ତ୍ତନ ଆସିଛି । ଭବିଷ୍ୟତରେ ଆମେ ଅଧିକ ବିକାଶ ନିଶ୍ଚିତ କରିବୁ । ରାଜ୍ୟ ଉଗ୍ରବାଦରୁ ଶାନ୍ତି, ବିଭାଜନ ରାଜନୀତିରୁ ଉର୍ଧକୁ ମଣିପୁରକୁ ଚାଲିଆସିଛି।
ଜେପି ନଡ୍ଡା କହିଛନ୍ତି ଆମେ ପ୍ରତିଶୃତିବଦ୍ଧ ପ୍ରଧାନମନ୍ତ୍ରୀ ଉଜ୍ବଳା ହିତାଧିକାରୀଙ୍କୁ ୨ ଟି ମାଗଣା ଏଲପିଜି ସିଲିଣ୍ଡର ଯୋଗାଇବୁ । ଏହା ମହିଳା ଏବଂ ଗରିବ ଲୋକଙ୍କୁ ସଶକ୍ତ କରିବ । ଏଥିସହ ମଣିପୁରର ସମସ୍ତ ମେରିଟିଭ୍ କଲେଜ ଝିଅ ମାନଙ୍କୁ ବିଜେପି ସରକାର ମାଗଣା ସ୍କୁଟି ଯୋଗାଇବାକୁ ଯାଉଛୁ । ମହିଳା, ଯୁବକ, କୃଷକଙ୍କ ସଶକ୍ତିକରଣ ହେଉଛି ଆମର ମୂଳ ଲକ୍ଷ । ମଣିପୁରର ସମସ୍ତ ମତ୍ସ୍ୟଜୀବୀଙ୍କୁ ୫ ଲକ୍ଷ ଟଙ୍କା ମାଗଣା ଦୁର୍ଘଟଣା ବୀମା ଯୋଗାଇ ଦିଆଯିବ । ଇଡବ୍ଲୁଏସ ଓ ପଛୁଆ ଶ୍ରେଣୀର ଝିଅ ମାନେ ସେମାନଙ୍କର ଶିକ୍ଷା ଏବଂ ବିକାଶ ପାଇଁ ୨୫,୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଇବେ । ଏହାସହ ଆମେ ସମସ୍ତ ମେଧାବୀ ଛାତ୍ରମାନଙ୍କୁ ମାଗଣା ଲାପଟପ୍ ପ୍ରଦାନ କରାଯିବ ବୋଲି ନଡ୍ଡା କହିଛନ୍ତି ।
