ଋଷ-ୟୁକ୍ରେନ ତିକ୍ତତା ମଧ୍ୟରେ ଭାରତରୁ ବିଦେଶକୁ ଉଡ଼ିବ ବିମାନ
ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ହେଲା ସହଜ। ବିମାନ ଉଡ଼ାଣ ଉପରେ ସମସ୍ତ ପ୍ରତିବନ୍ଧକ ହଟାଇଲେ ସରକାର। ଭାରତ ଏବଂ ୟୁକ୍ରେନ ମଧ୍ୟରେ ବିମାନ ଓ ସିଟ୍ ସଂଖ୍ୟା ଉପରେ ଥିବା ପ୍ରତିବନ୍ଧକ ବେସାମରିକ ବିମାନ ଚଳଚଳ ଉଠାଇଲା। ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ଦେଶ ଫେରିବା ସୁବିଧା ନେଇ କଟକଣା ହଟାଯାଇଛି।
ଋଷ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ଯୋଗୁଁ ବିମାନ ଚାହିଦା ବଢୁଥିବାରୁ ୟୁକ୍ରେନକୁ ବିମାନ ଉଡାଣ ନେଇ ବେସାମରିକ ବିମାନ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଭାରତ ଏୟାରଲାଇନ୍ସକୁ ବିମାନ ସଂଖ୍ୟା ବୃଦ୍ଧି କରିବାକୁ ମଧ୍ୟ କୁହାଯାଇଛି। ଏହା ପୂର୍ବରୁ ଭାରତ ପ୍ରବାସୀ ନାଗରିକଙ୍କୁ ୟୁକ୍ରେନ ଛାଡିବାକୁ କହିଛି। କିନ୍ତୁ ଫେବୃଆରୀ ୨୦ ପୂର୍ବରୁ କୌଣସି ବିମାନ ଉପଲବ୍ଧ ହେବ ନାହିଁ।
ଭାରତ ଏବଂ ୟୁକ୍ରେନର ମଧ୍ୟରେ ଏକ ଟ୍ରାଭେଲ ବବଲ ଚୁକ୍ତି ରହିଛି। ଯାହା ଅଧୀନରେ ଉଭୟ ଦେଶ ସପ୍ତାହରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ବିମାନ ଚଳାଚଳ କରିପାରିବେ। ମହାମାରୀ ହେତୁ ଆନ୍ତର୍ଜାତୀୟ ଯାତ୍ରା ସ୍ଥଗିତ ଥିବାବେଳେ ଏହି ଟ୍ରାଭେଲ ବବଲ ଚୁକ୍ତିର ଆବଶ୍ୟକ ହୋଇଥିଲା। କିନ୍ତୁ ବର୍ତ୍ତମାନ ହଜାର ହଜାର ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତି, ତେଣୁ ମନ୍ତ୍ରଣାଳୟ ଏହି ସୀମା ହଟାଇବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ଏୟାରଲାଇନ୍ସ ଯେକୌଣସି ସଂଖ୍ୟକ ବିମାନ ଚଳାଚଳ କରିପାରିବ। ଏହା ବ୍ୟତୀତ ଭାରତ ଏବଂ ୟୁକ୍ରେନ ମଧ୍ୟରେ ଚାର୍ଟାର୍ଡ ବିମାନ ମଧ୍ୟ ଚଳାଚଳ କରାଯାଇପାରିବ।
ଋଷ ଏବଂ ୟୁକ୍ରେନ ତିକ୍ତତା ମଧ୍ୟରେ ଯୋଗୁଁ ଭାରତ ପ୍ରବାସୀ ନାଗରିକଙ୍କୁ ୟୁକ୍ରେନ ଛାଡିବାକୁ ଅପିଲ କରାଯାଇଥିଲା। କିନ୍ତୁ ଏବେ ଫେବୃଆରୀ ୨୦ ପୂର୍ବରୁ କୌଣସି ବିମାନ ଉପଲବ୍ଧ ନାହିଁ। ବର୍ତ୍ତମାନ ହଜାର ହଜାର ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତି ତେଣୁ ମନ୍ତ୍ରଣାଳୟ ଏହାକୁ ହଟାଇବାକୁ ନିଷ୍ପତ୍ତି ନେଇଛି।
