ଶୁକ୍ରବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ
ଭୁବନେଶ୍ୱର : ସରିଲା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭୋଟ । ଆସନ୍ତା ଶୁକ୍ରବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଭୋଟ୍ ପରିଚଳାନା ପାଇଁ ବୁଥ୍ ଅଭିମୁଖେ ପୁଲିଂ ପାର୍ଟି । ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ଗତ ବୁଧବାର ସନ୍ଧ୍ୟାରୁ ସରିଛି ପ୍ରଚାର ।
ରାଜ୍ୟର ୧୮୬ଟି ଜିଲା ପରିଷଦ ଜୋନ ଓ ୧୫୧୪ ପଞ୍ଚାୟତରେ ଭୋଟଗ୍ରହଣ ହେବ । ୨୦ ହଜାର ୪୩୬ଟି ଓ୍ବାର୍ଡମେମ୍ବର ଆସନ ପାଇଁ ହେବ ଜନମତ । ଏଥିପାଇଁ ପ୍ରସ୍ତୁତ ହୋଇଛି ବୁଥ୍ । ଆଜି ସମସ୍ତ ବୁଥରେ ପହଞ୍ଚିବେ ପୋଲିଂ ପାର୍ଟି । ପ୍ରଥମ ପର୍ଯ୍ୟାୟ ପରି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ମତଦାନ ହେବ । ତେବେ ଯେଉଁ ବୁଥ୍ ସବୁ ସମ୍ବେଦନଶୀଳ ରହିଛି ସେଠାରେ ପୋଲିସ ଫ୍ଲାଗମାର୍ଚ୍ଚ କରୁଛି । ଓ୍ବାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲା ପରିଷଦ ସଭ୍ୟ ପାଇଁ ଭୋଟରମାନେ ୪ଟି ଭିନ୍ନ ଭିନ୍ନ ରଙ୍ଗର ବାଲଟ ପେପରରେ ଭୋଟ ଦେବେ । ୨୪ ତାରିଖରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପରେ ଫେବ୍ରୁଆରୀ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ ଗଣତି ହେବ । ସେପଟେ ଆସନ୍ତାକାଲି ସରିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର।
ଏପରିକି ନିର୍ବାଚନ ହେବାକୁ ଥିବା ଅଞ୍ଚଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଟ୍ରୋଲିଂ, କଡ଼ାକଡ଼ି କରିବାକୁ କୁହାଯାଇଛି। ଅର୍ଥ କାରବାର, ମଦ ବିତରଣ ଆଦି ରୋକିବାକୁ କୁହାଯାଇଛି। ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ଗତ ସଂଧ୍ୟାରେ ପ୍ରଚାର ସରିଥିଲା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବୁଧବାର ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ପ୍ରାୟ ୭୦% ମତଦାତା ଭୋଟ୍ ଦେଇଛନ୍ତି।
