ସରପଞ୍ଚ ପ୍ରାର୍ଥୀଙ୍କ ଘରକୁ ଗୁଳିମାଡ ଘଟଣା! ୨ ଦେଶୀ ବନ୍ଧୁକ ଜବତ, ୨ ଗିରଫ
ସମ୍ବଲପୁର : ଆଜି ସମ୍ବଲପୁର ଜିଲ୍ଲାର ଠେଲକୁଲିରେ ନିର୍ବାଚନୀ ହିଂସା ଦେଖାଦେଇଛି। ସରପଞ୍ଚ ପ୍ରାର୍ଥୀ ତୁଳାରାମ ସାହୁ ଏବଂ ତାଙ୍କ ଘର ଲୋକଙ୍କୁ ଜୀବନରେ ମାରିଦେବା ଉଦ୍ଦେଶ୍ଯରେ ଘର କବାଟରେ ଗୁଳିମାଡ ହୋଇଛି। ଏଥିରେ ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ ସହ ଗୁଳି ଜବତ ହୋଇଛି।
ତୁଳାରାମ ଜଣେ ସରପଞ୍ଚ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପ୍ରଚାରକୁ ଆଉ ଏକ ଗୋଷ୍ଠୀର ଲୋକ ବିରୋଧ କରିଥିଲେ। ଏହାକୁ କେନ୍ଦ୍ର କରି ତୀକ୍ତତା ସୃଷ୍ଟି ହୋଇଥିଲା। ଏହାକୁ ନେଇ ଅପରପକ୍ଷର ବେଉଁରା ଗାଁର ଚୈତନ୍ଯ କିସାନ ଏବଂ ସୁଦର୍ଶନ କିସାନ ୨ଟି ସିଙ୍ଗଲ୍ ବ୍ୟାରେଲ ବନ୍ଧୁକରେ ତୁଳାରାମ ଙ୍କ ଘରକୁ ଗୁଳିମାଡ କରିଥିଲେ। ଏନେଇ ଥାନାରେ ଏତଲା ହେବା ପରେ ପୁଲିସ ତନାଘନା ଆରମ୍ଭ କରିଥିଲା। ଆଉ ଘଟଣାର ୧୨ ଘଣ୍ଟା ପୂର୍ବରୁ ନିକଟସ୍ଥ ଜଙ୍ଗଲରୁ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।
