ରାଜ୍ୟରେ ହଜାରେ ତଳେ ଦୈନିକ ସଂକ୍ରମଣ : ଆଉ ୮୫୨ ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ତଳମୁହାଁ ଧାରା ଜାରି ରହିଛି । ଫଳରେ ଦୈନିକ ସଂକ୍ରମଣ ମାମଲା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଆଜି ମଧ୍ୟ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏକ ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୫୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୯୫ ଜଣ ଚିହ୍ନଟ ହୋଇଥିବାବେଳେ ୩୫୭ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିଭଳି ଏହି ସଂକ୍ରମିତଙ୍କ ମଧ୍ୟରୁ ୨୮୧ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସର ଶିଶୁ ଓ କିଶୋର । ଏହାକୁ ମିଶାଇ ରାଜ୍ୟର ମୋଟ କୋଭିଡ୍ ମାମଲା ୧୨,୭୯,୮୯୮ କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୧୨,୬୧,୪୬୭ ଜଣ ସୁସ୍ଥ ହୋଇଥିବାବେଳେ ୯,୪୩୩ଜଣ ଚିକିତ୍ସାଧିନ ଅଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ଏହି ତଥ୍ୟ ପ୍ରଦାନ କରିଛି । ଏଭଳି ପରିସ୍ଥିତିରେ ଆଉ ଅଳ୍ପ କିଛି ଦିନ ମଧ୍ୟରେ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି ।
ଚିହ୍ନଟ ସଂକ୍ରାମିତଙ୍କ ମଧ୍ୟରୁ ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧୩ ଜଣ ଆକ୍ରାନ୍ତ ଥିବା ବେଳେ ଅନୁଗୁଳରୁ ୧୬ ଜଣ, ବାଲେଶ୍ୱରରୁ ୨୫ ଜଣ, ବରଗଡ଼ରୁ ୧୧ ଜଣ, ଭଦ୍ରକରୁ ୧୬ ଜଣ, ବଲାଙ୍ଗୀରରୁ ୭ ଜଣ, ବୌଦ୍ଧ ଜିଲ୍ଲାରୁ ୧୨, କଟକରୁ ୬୪ ଜଣ, ଦେବଗଡ଼ରୁ ୧୭ ଜଣ, ଢେଙ୍କାନାଳରୁ ୧୭ ଜଣ, ଗଜପତିରୁ ୩୩, ଗଞ୍ଜାମରୁ ୯ ଜଣ, ଜଗତସିଂହପୁରରୁ ୨୮ ଜଣ, ଯାଜପୁରରୁ ୪୦ ଜଣ, ଝାରସୁଗୁଡ଼ାରୁ ୧୦ ଜଣ, କଳାହାଣ୍ଡିରୁ ୧୧ ଜଣ, କନ୍ଧମାଳରୁ ୨୬ ଜଣ, କେନ୍ଦ୍ରାପଡ଼ାରୁ ୧୪ ଜଣ, କେଉଁଝରରୁ ୧୫ ଜଣ, ଖୋର୍ଦ୍ଧାରୁ ୧୧୩ ଜଣ, କୋରାପୁଟରୁ ୯୦ ଜଣ, ମାଲକାନଗିରିରୁ ୩ ଜଣ, ମୟୁରଭଞ୍ଜରୁ ୨୬ ଜଣ, ନବରଙ୍ଗପୁରରୁ ୨୦, ନୟାଗଡ଼ରୁ ୧୭ ଜଣ, ନୂଆପଡ଼ାରୁ ୨୫ ଜଣ, ପୁରୀରୁ ୧୧ ଜଣ, ରାୟଗଡ଼ାରୁ ୧୩ ଜଣ, ସମ୍ୱଲପୁରରୁ ୩୯ ଜଣ, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୮୯ ଜଣ ଓ ଷ୍ଟେଟ ପୁଲରୁ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୂଚନା ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨, ୭୯, ୮୯୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨, ୬୧, ୪୬୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୯, ୪୩୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।
