ଆଜି ଅଗିରା ପୂର୍ଣ୍ଣମୀ ! କାହିଁକି ଏବଂ କିପରି ପାଳନ ହୁଏ ଏହି ଉତ୍ସବ? ଜାଣନ୍ତୁ ଏହା ସହ ଜଡ଼ିତ ତଥ୍ୟ
ଶୀତ ଋତୁର ଶେଷ ମାଘର ପୂର୍ଣ୍ଣମୀକୁ ଅଗିରା ପୂର୍ଣ୍ଣମୀ କହିଥାନ୍ତି । ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ଅଗିଜଳା ଏକ ପରିଚିତ ଦୃଶ୍ୟ । ମାଘ ମାସ ପୂର୍ଣ୍ଣମୀକୁ କୁହାଯାଏ ଅଗିଜଳା ପୂର୍ଣ୍ଣମୀ। ଏହାସହ ଏହାକୁ ଅଇଘରା ପୂର୍ଣ୍ଣିମା, ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା (ଅଗ୍ନ୍ୟୁତ୍ସବ), ଅଇଘେରା, ଅଇଘରା ପୁନେଇଁ ବା ଅଗିଜଳା ପୂର୍ଣ୍ଣିମା (ଅଗିଜଳା), ଅଗିରା ପୂର୍ଣ୍ଣମୀ ଆଦି କୁହାଯାଏ। ଅଗିଜଳା ପୁନେଇଁ ଏକ ପାରମ୍ପାରିକ ଓଡ଼ିଆ ଗଣପର୍ବ। ଏହି ଦିନ ଅଗ୍ନିଦେବଙ୍କର ପୂଜା ଉତ୍ସବ ପାଳିତ ହୋଇଥାଏ। ଓଡ଼ିଶା ସମେତ ଭାରତର ଅନେକ ରାଜ୍ୟରେ ଏହି ଉତ୍ସବ ଅଲଗା ଅଲଗା ଢଙ୍ଗରେ ପାଳନ କରାଯାଇଥାଏ। ଏଥିରେ ଗାଁ ମୁଣ୍ଡରେ ଏକ ଉନ୍ମୁକ୍ତ ପ୍ରାଙ୍ଗଣରେ ବାଉଁଶ ଅଗି ସ୍ଥାପନ କରାଯାଇ ସେଥିରେ ନଡ଼ା କୁଟାରେ ଛପର କରାଯାଇ ଅଗ୍ନି ଦେବଙ୍କୁ ସ୍ଥାପନ କରାଯାଏ। କେତେକ ସ୍ଥାନରେ କମାରଶାଳର ଶାଣ ଦେହରୁ ଉଦ୍ଭବ ଅଗ୍ନିଶିଖାକୁ ସୋଲରେ ସଂଗ୍ରହ କରି ନଡ଼ା କୁଟାରେ ପ୍ରସ୍ତୁତ ଅଟାରେ ସାଇତି ରଖାଯାଇଥାଏ। ସନ୍ଧ୍ୟା ସମୟରେ ଅଗ୍ନି ଉତ୍ସବ କାଳରେ ବ୍ରାହ୍ମଣ ପୁରୋହିତ ଅଗ୍ନିଦେବଙ୍କୁ ପୂଜା କରି କମାର ଯୋଗାଇଥିବା ଶାଣ ଅଗ୍ନିଦ୍ୱାରା ପ୍ରସ୍ତୁତ ଅଗିରାରେ ଅଗ୍ନି ସଂଯୋଗ କରିଥାଆନ୍ତି। ଅଗି ଜଳି ଉଠିବା ସହିତ ନାନାଦି ଭୋଗ ଅଗ୍ନିରେ ସମର୍ପଣ କରାଯାଏ। ଭକ୍ତମାନେ ଖୋଳ କୀର୍ତ୍ତନ କରି ଅଗ୍ନିର ଚତୁଃପାର୍ଶ୍ଵ ପରିଭ୍ରମଣ କରିବା ସହିତ ଅଗ୍ନିରେ ଆଳୁ, ବାଇଗଣ ଆଦି ଫଳ ପକାଇଥାଆନ୍ତି। ଲୋକମାନଙ୍କର ବିଶ୍ୱାସ ରହିଛି, ଏଥିରେ ପୋଡ଼ା ଯାଇଥିବା ଫଳ ଖାଇଲେ ମନୁଷ୍ୟ ଦେହରେ ଚର୍ମରୋଗ ହୁଏ ନାହିଁ। ଆଉ ମଧ୍ୟ ବିଶ୍ୱାସ ରହିଛି ଅଗିନିଆଁ ଯେଉଁ ଦିଗକୁ ଢଳିଥାଏ ସେହି ଦିଗରେ ଧାନ ଫସଲ ଭଲ ଉତ୍ପାଦନ ହୋଇଥାଏ ।
ପ୍ରକୃତରେ ଅଗ୍ନୀ ଦେବତାଙ୍କ ପୂଜା ବୈଦିକ ଯୁଗରୁ ରହିଆସିଛି । ବୈଦିକ ଭାଷାରେ – “ଅଗ୍ନୀ ମିଳେ ପୁରୋହିତଂ’ ତେଣୁ ବେଦରେ ଅଗ୍ନୀ ହେଉଛନ୍ତି ପ୍ରଥମ ଦେବତା । ଓଡ଼ିଆ ଜନଜୀବନରେ ଚିର ପରିଚିତ ଅଗିରା ପୂନେଇଁ ଏକ ପରିଚିତ ଦିନଟି । କେବଳ ଗାଁରେ ନୁହେଁ ସହରରେ ମଧ୍ୟ ଛକ ସ୍ଥାନ ମାନଙ୍କରେ ଧାନ ନଡ଼ା ଏକତ୍ର କରାଯାଇ ଏହାକୁ ପୂଜାର୍ଚ୍ଚନା କରି ଅଗ୍ନୀ ସଂଯୋଗ କରାଯାଇଥାଏ । ଏଥିରେ ବାଇଗଣ ଓ ଅନ୍ୟାନ୍ୟ ପରିବା ପୋଡ଼ି ଖାଇଲେ କିଛି ଚର୍ମରୋଗ ହୋଇ ନଥାଏ ବୋଲି ଲୋକବିଶ୍ୱାସ ରହିଛି । ଏହିଦିନରୁ ବାଘପରି ମାଘ ମାସର ଶୀତ ବିଦାୟ ନେଇ ବସନ୍ତ ଋତୁର ମୃଦୁ ସମୀରଣ ଭିତରେ ଗ୍ରୀଷ୍ମଋତୁକୁ ସ୍ୱାଗତ କରାଯାଇଥାଏ ।
ଶୀତ ଋତୁର ଶେଷ ମାଘ ମାସର ପୂର୍ଣ୍ଣମୀକୁ ଅଗିରା ପୂର୍ଣ୍ଣମୀ କହିଥାନ୍ତି । ସାଧାରଣତଃ ଅଗ୍ନି ଦେବତାଙ୍କ ପୂଜା ଶ୍ରୀପଞ୍ଚମୀ ଦିନ ଠାରୁ ଆରମ୍ଭ ହୋଇଥାଏ । କାରଣ ସରସ୍ୱତୀଙ୍କୁ ବେଦରେ ଅଗ୍ନି ବୋଲି କୁହାଯାଇଛି । ଦେବତାଙ୍କର ହୁତବହ ବା ଯଜ୍ଞଭାଗ ବହନକାରୀ ସେ ଧର୍ମଗୁରୁ, ପୁରୋଧା, ଦେବଦୂତ, ଦେବତା ମାନଙ୍କର ପ୍ରତିନିଧି ସ୍ୱରୂପ ତେଣୁ ଅଗ୍ନିରେ ସେମାନଙ୍କ ଦେବତା ମାନଙ୍କ ନିମିତ୍ତ ନାନା ପ୍ରକାର ଯଜ୍ଞ କରିଥିଲେ । “ଦ୍ରବ୍ୟ ଯଜ୍ଞା ସ୍ତପେଯଜ୍ଞା ଯୋଗ ଯଜ୍ଞା ସ୍ତଥା ପରେ, ସ୍ୱଧାୟ ଜ୍ଞାନ ଯଜ୍ଞାଶ୍ୱ ଯତୟଃ ସଂଶିତ ବ୍ରତାଃ” । ଆକାଂକ୍ଷା, ଅଭିଳାଷ, ମନସ୍କାମନା ସିଦ୍ଧି ନିମିତ୍ତ ଆର୍ଯ୍ୟ ଋଷିମାନେ ଦ୍ରବ୍ୟ ଯଜ୍ଞ, ତପ ଯଜ୍ଞ, ଯୋଗ ଯଜ୍ଞ, ଜ୍ଞାନ ଯଜ୍ଞ ପ୍ରଭୃତି ନାନା ପ୍ରକାର ଯଜ୍ଞକରି ଆନନ୍ଦ ଲାଭ କରି ନିଜର ସଂକଳ୍ପ ସିଦ୍ଧି କରିପାରୁଥିଲେ ବୋଲି ଶ୍ରୀମଦ୍ ଭାଗବତ୍ ଗୀତାରେ କୁହାଯାଇଛି । ଅଗ୍ନି ଦେବତାଙ୍କୁ ପଞ୍ଚାକ୍ଷର ମନ୍ତ୍ରାରେ “ଓଁ ଆଗ୍ନେୟ ନମଃ” ଉଚ୍ଚାରଣ କରି ଆର୍ଯ୍ୟଋଷି ଜପ କରିଛନ୍ତି । ବୈଦିକ ଅଗ୍ନିଙ୍କ ସ୍ୱରୂପ କଳ୍ପନା କରି ଧ୍ୟାନ କରିଛନ୍ତି – “ସର୍ବଲକ୍ଷଣ ସମ୍ପୂର୍ଣ୍ଣଂ ଜଟାମୁକୁଟ ମଣ୍ଡିତଂ । ଶୁଦ୍ଧଚାମୀକରଭାସଂ ସ୍ମରାସ୍ୟଂ ମଧୁରାଧରଂ । ପୀତାମ୍ବର ପରିଧାନଂ ଦିବ୍ୟାଭରଣ ଭୂଷିତଂ ଚନ୍ଦନାଗୁରୁ କପୂରୈ ଶ୍ଚର୍ଚ୍ଚିତଂ ସ୍ରଗ୍ ବିଭୂଷିତଂ । ସିତ ପଦ୍ମାସନଂ ଶାନ୍ତଂ ମେଷାରୁଢ଼ଂ ସ୍ମରୋତ୍ତମଂ । ସୋପବିତଂ ଜଟାମୌଳିମୁଜ୍ଜଳଂ ହାରକଙ୍କଣୌଃ । ଚତୁଃଶ୍ରୋନ୍ତ୍ରଂ ଦ୍ୱିନାସଂଚ ଷଟ୍ ନେନ୍ତ୍ରେଶ୍ଚ ବିରାଜିତଂ । ସପ୍ତହସ୍ତଂ ଚତୁଃଶୃଙ୍ଗ ସପ୍ତଜିହ୍ୱଂ ଦ୍ୱିଶୀର୍ଷକଂ । ତ୍ରିପାଦମଖିଳାନାଂ ଚ ସର୍ବକାମାର୍ଥ ସିଦ୍ଧିଦଂ । ସ୍ୱାହାତୁଂ ଦକ୍ଷିଣେ ପାଶ୍ୱେର୍ ବାମଭାବେ ସ୍ୱଧା ତଥା । ବିଭ୍ରତଂ ଦକ୍ଷହସ୍ତେତୁଂ ଶକ୍ତି ମନ୍ନ ସ୍ରବୁଂ ଶ୍ରୁଚଂ । ଚାମରଂ ବ୍ୟଞ୍ଜନଂ ବାମେ ଘୃତ ପାତ୍ରଂ ଚ ବିଭ୍ରତଂ । ଆତ୍ମାଭି ମୁଖମାସୀନ ମେବଂ ଧ୍ୟାୟେଦ୍ଧୁତାଶନଂ । ପରବତ୍ତୀ କାଳମାନଙ୍କରେ ଏହି ଅଗ୍ନିପୂଜା ଏଡ଼େ ଜଟିଳ ଏବଂ କଷ୍ଟସାଧ୍ୟ ହୋଇପଡ଼ିଛି ଯେ କର୍ମ ମୁଖର ଏବଂ କର୍ମ ଚଞ୍ଚଳ ଜୀବନରେ ମନୁଷ୍ୟ ବିଧିବିଧାନ ମତେ ଯଜ୍ଞ ପ୍ରଭୃତିରେ ଅଗ୍ନି ପୂଜା କରିବା ଅନେକାଂଶରେ ବ୍ୟାହତ ହୋଇଛି । ତଥାପି ଆର୍ଯ୍ୟ ସଭ୍ୟତାରେ ଅଗ୍ନି ଦେବତାଙ୍କର ରହିଛି ସ୍ୱତନ୍ତ୍ର ସ୍ଥାନ । ଅଗ୍ନିକୁ ଶାନ୍ତ କରିବାକୁ ଯାଇ ଆର୍ଯ୍ୟଋଷିମାନେ ଯେଉଁ ବେଦଧ୍ୱନୀ ଗାନ କରୁଥିଲେ ଯାହା ଅଗ୍ନି ପର୍ବରେ ଉଲ୍ଲେଖ ରହିଛି ତାହା ହେଉଛି – ଓଁ ସମୁଦ୍ରଂଗଚ୍ଛ ସ୍ୱହନ୍ତରୀକ୍ଷଂ ଗଚ୍ଛ ସ୍ୱାହା, ଦେବଂ ସବିତରାଂ ଗଚ୍ଛ ସ୍ୱାହା, ମିତ୍ରାବରୂୁଣୌ ଗଚ୍ଛ ସ୍ୱାହା, ଅହୋରାତ୍ରେଗଚ୍ଛ ସ୍ୱାହା, ଛନ୍ଦାକଂସି ଗଚ୍ଛ ସ୍ୱାହା, ଦ୍ୟାବା ପୃଥିବୀ ଗଚ୍ଛ ସ୍ୱାହା, ଯଜ୍ଞଂଗଚ୍ଛ ସ୍ୱାହା, ସେମାଂ ଗଚ୍ଛ ସ୍ୱାହା, ଦିବ୍ୟଂ ନଭୋଗଚ୍ଛ ସ୍ୱାହା, ଅଗ୍ନି ବେଶ୍ୱାନଂ ଗଚ୍ଛ ସ୍ୱାହା, ମନେହୀର୍ଦ୍ଦି ଗଚ୍ଛଦିବଂ ତେ ଧୂମ ଗଚ୍ଛତୁ ସ୍ୱଂ ଜ୍ୟୋତିଃ ପୃଥିବୀଂ ଭସ୍ମନା ପୃତାସ୍ୱାହା ଇତୀଗ୍ନି ଶାନ୍ତିକରଣଂ ।’ ଏପରିକି ବୈଦିକ ରୀତିର ପ୍ରତ୍ୟେକ କାର୍ଯ୍ୟ ପାଇଁ ଆଜି ମଧ୍ୟ ଆବଶ୍ୟକ ପଡ଼ୁଛି – ହୋମ ତଥା ଅଗ୍ନିପୂଜା । ଆଜିର ବ୍ୟସ୍ତମୟ ସୂଚନା ପ୍ରଯୁକ୍ତିର ଯୁଗରେ ଆବହମାନ କାଳରୁ ଓଡ଼ିଶାର ପୁରପଲ୍ଲୀରେ ସମସ୍ତଙ୍କର ଅତି ପରିଚିତ ଅନ୍ୟତମ ପ୍ରିୟ ପୂର୍ଣ୍ଣିମା ଭିତରେ ଅଗିରା ପୁନେଇଁ ତାର କିନ୍ତୁ ଗୁରୁତ୍ୱ ହରାଇ ନାହିଁ । ମଣିଷ ସମାଜର ପ୍ରତିଟି ବୈଦିକ ଚିନ୍ତନର ରୀତିନୀତି ଭିତରେ ମହାନ୍ ଆର୍ଯ୍ୟ ସଭ୍ୟତାର ଯେଉଁ ଅଗ୍ନି ଦେବତାଙ୍କ ପ୍ରତି ଅନନ୍ୟ ଭକ୍ତିନୈବେଦ୍ୟ ତାହା ଯୁଗେ ଯୁଗେ ଚିରକାଳ ରହିଥିବ ନିଶ୍ଚୟ ।
ସେହିପରି ଦେବତାଙ୍କର ହୁତବହ ବା ଯଜ୍ଞଭାଗ ବହନକାରୀ ସେ ଧର୍ମଗୁରୁ, ପୁରୋଧା, ଦେବଦୂତ, ଦେବତା ମାନଙ୍କର ପ୍ରତିନିଧି ସ୍ୱରୂପ ତେଣୁ ଅଗ୍ନିରେ ସେମାନଙ୍କ ଦେବତା ମାନଙ୍କ ନିମିତ୍ତ ନାନା ପ୍ରକାର ଯଜ୍ଞ କରିଥିଲେ ।”ଦ୍ରବ୍ୟ ଯଜ୍ଞା ସ୍ତପେଯଜ୍ଞା ଯୋଗ ଯଜ୍ଞା ସ୍ତଥା ପରେ, ସ୍ୱଧାୟ ଜ୍ଞାନ ଯଜ୍ଞାଶ୍ୱ ଯତୟଃ ସଂଶିତ ବ୍ରତାଃ” । ଆକାଂକ୍ଷା, ଅଭିଳାଷ, ମନସ୍କାମନା ସିଦ୍ଧି ନିମିତ୍ତ ଆର୍ଯ୍ୟ ଋଷିମାନେ ଦ୍ରବ୍ୟ ଯଜ୍ଞ, ତପ ଯଜ୍ଞ, ଯୋଗ ଯଜ୍ଞ, ଜ୍ଞାନ ଯଜ୍ଞ ପ୍ରଭୃତି ନାନା ପ୍ରକାର ଯଜ୍ଞକରି ଆନନ୍ଦ ଲାଭ କରି ନିଜର ସଂକଳ୍ପ ସିଦ୍ଧି କରିପାରୁଥିଲେ ବୋଲି ଶ୍ରୀମଦ୍ ଭାଗବତ୍ ଗୀତାରେ କୁହାଯାଇଛି । ଅଗ୍ନି ଦେବତାଙ୍କୁ ପଞ୍ଚାକ୍ଷର ମନ୍ତ୍ରାରେ “ଓଁ ଆଗ୍ନେୟ ନମଃ” ଉଚ୍ଚାରଣ କରି ଆର୍ଯ୍ୟଋଷି ଜପ କରିଛନ୍ତି । “”ବୈଦି କଅଗ୍ନିଙ୍କ ସ୍ୱରୂପ କଳ୍ପନା କରି ଧ୍ୟାନ କରିଛନ୍ତି – “”ସର୍ବଲକ୍ଷଣ ସମ୍ପୂର୍ଣ୍ଣଂ ଜଟାମୁକୁଟ ମଣ୍ଡିତଂ । ଶୁଦ୍ଧଚାମୀକରଭାସଂ ସ୍ମେରାସ୍ୟଂ ମଧୁରାଧରଂ । ପୀତାମ୍ବର ପରିଧାନଂ ଦିବ୍ୟାଭରଣ ଭୂଷିତଂ ଚନ୍ଦନାଗୁରୁ କପୂରୈ ଶ୍ଚର୍ଚ୍ଚିତଂ ସ୍ରଗ୍ ବିଭୂଷିତଂ । ସିତ ପଦ୍ମାସନଂ ଶାନ୍ତଂ ମେଷାରୁଢ଼ଂ ସ୍ମରୋତ୍ତମଂ । ସୋପବିତଂ ଜଟାମୌଳିମୁଜ୍ଜଳଂ ହାରକଙ୍କଣୌଃ । ଚତୁଃଶ୍ରୋନ୍ତ୍ରଂ ଦ୍ୱିନାସଂଚ ଷଟ୍ ନେନ୍ତ୍ରେଶ୍ଚ ବିରାଜିତଂ । ସପ୍ତହସ୍ତଂ ଚତୁଃଶୃଙ୍ଗ ସପ୍ତଜିହ୍ୱଂ ଦ୍ୱିଶୀର୍ଷକଂ । ତ୍ରିପାଦମଖିଳାନାଂ ଚ ସର୍ବକାମାର୍ଥ ସିଦ୍ଧିଦଂ । ସ୍ୱାହାତୁଂ ଦକ୍ଷିଣେ ପାଶ୍ୱେର୍ ବାମଭାବେ ସ୍ୱଧା ତଥା । ବିଭ୍ରତଂ ଦକ୍ଷହସ୍ତେତୁଂ ଶକ୍ତି ମନ୍ନ ସ୍ରବୁଂ ଶ୍ରୁଚଂ । ଚାମରଂ ବ୍ୟଞ୍ଜନଂ ବାମେ ଘୃତ ପାତ୍ରଂ ଚ ବିଭ୍ରତଂ । ଆତ୍ମାଭି ମୁଖମାସୀନ ମେବଂ ଧ୍ୟାୟେଦ୍ଧୁତାଶନଂ । ପରବର୍ତ୍ତୀ କାଳମାନଙ୍କରେ ଏହି ଅଗ୍ନିପୂଜା ଏଡ଼େ ଜଟିଳ ଏବଂ କଷ୍ଟସାଧ୍ୟ ହୋଇପଡ଼ିଛି ଯେ କର୍ମ ମୁଖର ଏବଂ କର୍ମ ଚଞ୍ଚଳ ଜୀବନରେ ମନୁଷ୍ୟ ବିଧିବିଧାନ ମତେ ଯଜ୍ଞ ପ୍ରଭୃତିରେ ଅଗ୍ନି ପୂଜା କରିବା ଅନେକାଂଶରେ ବ୍ୟାହତ ହୋଇଛି । ତଥାପି ଆର୍ଯ୍ୟ ସଭ୍ୟତାରେ ଅଗ୍ନି ଦେବତାଙ୍କର ରହିଛି ସ୍ୱତନ୍ତ୍ର ସ୍ଥାନ । ଏପରିକି ବୈଦିକ ରୀତିର ପ୍ରତ୍ୟେକ ଆର୍ଯ୍ୟ ପାଇଁ ଆଜି ମଧ୍ୟ ଆବଶ୍ୟକ ପଡ଼ୁଛି – ହୋମ ତଥା ଅଗ୍ନିପୂଜା ।
