ପ୍ରାର୍ଥୀଙ୍କୁ ପରଖୁଛନ୍ତି ଭୋଟର! ଧିନିକା ନନାଙ୍କ ଲୋକପ୍ରିୟତା ଭୁଲି ନାହାନ୍ତି ଭୋଟର ଓ କର୍ମକର୍ତ୍ତା
ନୀଳଗିରି : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଦାଣ୍ଡ ଚଳଚଞ୍ଚଳ । ପଞ୍ଚାୟତ ନିର୍ବାଚନର ମତଦାନ ତାରିଖ ଯେତିକି ପାଖଉଛି ଗାଁ ରାଜନୀତି ସେତିକି ସରଗରମ୍ ହେଉଛି। ତେଣୁ ଅଧିକରୁ ଅଧିକ ମତଦାତାଙ୍କ ନିକଟରେ ପହଞ୍ଚିବା ଓ ସେମାନଙ୍କ ସମର୍ଥନ ହାସଲ ପାଇଁ ଏବେ ଦିନରାତି ଏକ୍ କରିଦେଇଛନ୍ତି ପ୍ରାର୍ଥୀ ଓ ପ୍ରାର୍ଥୀଙ୍କ ସମର୍ଥକ।
ନୀଳଗିରି ବ୍ଳକର ଅଯୋଧ୍ୟା ପଂଚାୟତରେ ନିର୍ବାଚନ ସରଗରମ ଚାଲିଥିବା ବେଳେ ବିଜେପି ସମର୍ଥୀତ ପ୍ରାର୍ଥୀଙ୍କ ପ୍ରଚାର ଆଗରେ ବିରୋଧୀ ଫିକା ପଡ଼ିଛନ୍ତି । ଉକ୍ତ ପଂଚାୟତରେ ରାଜନୀତିରୁ ଉର୍ଦ୍ଧ୍ବରେ ଥାଇ ଲୋକଙ୍କୁ ସାହାଯ୍ୟ ସହଯୋଗ କରି ଆସୁଥିବା ୰ଅନିରୁଦ୍ଧ ଦାଶ ( ଓରଫ ) ଧିନିକା ନନା ଙ୍କ ଅକାଳବିୟୋଗ ଯୋଗୁଁ ପଞ୍ଚାୟତ ବାସୀ ଏକ ଦୁଃଖ ସୁଖର ସାଥୀକୁ ହରାଇଲେ ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା । ଚଳିତ ପଂଚାୟତ ନିର୍ବାଚନରେ ଅଯୋଧ୍ୟା ପଂଚାୟତର ପ୍ରଚାର ମଇଦାନରେ ୰ଧିନିକା ନନାଙ୍କ ଶୂନ୍ୟସ୍ଥାନକୁ ଅନୁଭବ କରୁଥିବା ବେଳେ ପଞ୍ଚାୟତ ସ୍ତରରେ ଥିବା କର୍ମକର୍ତ୍ତା ଓ ତାଙ୍କ ପ୍ରତି ଥିବା ସ୍ନେହ, ଶ୍ରଦ୍ଧା, ଭଲ ପାଉଥିବା ବିଜେପି ଦଳର ସମର୍ଥକ ନନାଙ୍କ ବିଚାର ଧାରାକୁ ଅନୁସରଣ କରିବା ସହ ବିଗତ ଦିନରେ ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ସହଯୋଗରେ ପଞ୍ଚାୟତରେ ହୋଇ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରି ବିଜେପି ସଂଗଠନ ଚର୍ଚ୍ଚାରେ ଥିଲେ। ତୃଣମୂଳ ସ୍ତରରେ ୰ ନନାଙ୍କ ଜନସେବା ଏବଂ ନିଶ୍କଳଙ୍କ ଛବିକୁ ପୁଞ୍ଜି କରି ଉକ୍ତ ଅଞ୍ଚଳରେ ହୋଇଥିବା ଉନ୍ନୟନ ମୁଳକ କାର୍ଯକୁ ଆହୁରି ଆଗକୁ ନେବା ପାଇଁ ବିଜେପି ସମର୍ଥନ ରେ ଅଯୋଧ୍ୟା ପଞ୍ଚାୟତ ପାଇଁ ସରପାଞ୍ଚ ପ୍ରାର୍ଥନୀ ଭାବେ ତାରିଣୀ ସିଂ ଓ ସମିତି ସଭ୍ୟ ପ୍ରାର୍ଥି ଭାବେ ଶୁକଦେବ ସିଂ, ଜିଲ୍ଲା ପରିଷଦ ସଭ୍ଯା ଭାବେ ଅନୀତା ସିଂ ଙ୍କୁ ରଣନୀତି ରଣାଗଂନରେ ଛିଡ଼ା ହୋଇ ଛନ୍ତି । ଶାସକ ଦଳ ପକ୍ଷରୁ ପ୍ରଚାର ଓ ପ୍ରଚାରରେ ସେପରି ଆଖୁଦୃଶିଆ ନଥିବା ବେଳେ ଭୋଟର ପଦ୍ମଦଳିଆଙ୍କ ପ୍ରତି ଆକର୍ଷିତ ହେଉଥିବା ଦେଖିବାକୁ ମିଳିଛି।
