ସେୟାର ବଜାରରେ ସବୁଠାରୁ ବଡ ହ୍ରାସ, ନିବେଶକ ହରାଇଲେ ୮.୬୪ ଲକ୍ଷ କୋଟି
ମୁମ୍ବାଇ : ନିବେଶକମାନଙ୍କ ପାଇଁ ଷ୍ଟକ୍ ମାର୍କେଟ୍ ଅତ୍ୟନ୍ତ ଭୟାନକ ଦିନ ବୋଲି ପ୍ରମାଣିତ ହୋଇଛି ବିଏସଇରେ ଆଜି ଟିଏସଇକୁ ଛାଡ଼ି ଅନ୍ୟ ସମସ୍ତ ସେୟାର ଲାଲ ସଙ୍କେତରେ ବନ୍ଦ ହୋଇଛି । ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦-ସେୟାର ସେନ୍ସେକ୍ସ ୧୭୪୭.୦୮ ଅର୍ଥାତ ୩ % ତଳକୁ ଖସି ୫୬,୩୪୧.୫୯ରେ ବନ୍ଦ ହୋଇଛି । ଗତ ୧୦ ମାସ ମଧ୍ୟରେ ଏହା ସବୁଠାରୁ ବଡ ହ୍ରାସ ବୋଲି କୁହାଯାଉଛି । ଏହି ପତନ ହେତୁ ଷ୍ଟକ୍ ମାର୍କେଟର ନିବେଶକମାନେ ୮.୩୪ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି । ସେୟାର ମାର୍କେଟରେ ଲିଷ୍ଟେଡ୍ କମ୍ପାନି କୁଡ଼ିକର ବଜାର ପୁଞ୍ଜି ୨୫୫.୬୧ ଲକ୍ଷ କୋଟିକୁ ଖସି ଆସିଛି । ଏହା ପୂର୍ବରୁ ଶୁକ୍ରବାର ଏହା ୨୬୩.୪୭ ଲକ୍ଷ କୋଟି ଟଙ୍କା ଥିଲା ।
ସୋମବାର ନିବେଶକଙ୍କୁ ୮ କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଛି । ସେୟାର ୪.୭୩ ପ୍ରତିଶତ ତଳକୁ ଖସିଛି । ଟାଟା ଗ୍ରୁପର କମ୍ପାନି ଟାଟା ଷ୍ଟିଲରେ ସବୁଠାରୁ ଅଧିକ ହ୍ରାସ ରେକର୍ଡ ହୋଇଛି । ଟାଟା ଷ୍ଟିଲର ସେୟାରରେ ୫.୪୬ % ହ୍ରାସ ହୋଇଛି । ବ୍ୟାଙ୍କିଂ ସେୟାର ଗୁଡ଼ିକରେ ବଡ଼ ହ୍ରାସ ଘଟିଛି । ଏଚଡିଏଫସି ଏବଂ ଏସବିଆଇର ସେୟାରରେ ମଧ୍ୟ ୫% ଅଧିକ ତଳକୁ ଖସି ବନ୍ଦ ହୋଇଛି । ଆଇସିଆଇସିଆଇର ସେୟାର ୪.୭୩ % ତଳକୁ ଖସିଛି । ଏହଛଡ଼ା କୋଟକ ବ୍ୟାଙ୍କ ୪.୪୭% ଏବଂ ଆକ୍ସିସ ବ୍ୟାଙ୍କ ୩.୭୦% ତଳକୁ ଖସିଛି । ସୂଚନା ଅନୁଯାୟୀ ଋଷ ଏବଂ ୟୁକେନ ମଧ୍ୟରେ ଯୁଦ୍ଧ ସ୍ଥିତି ଯୋଗୁଁ ବଜାରରେ ଭୟର ବାତାବରଣ ରହିଛି । ଏହି କାରଣରୁ ଦ୍ରବ୍ୟ ଗୁଡ଼ିକର ମୂଲ୍ୟରେ ମଧ୍ୟ ବୃଦ୍ଧିି ଘଟୁଛି ।
