ଭଡ଼ାରେ ମିଳୁଛି ପ୍ରେମିକ, ପୋଷ୍ଟର ଧରି ବୁଲୁଛନ୍ତି ଯୁବକ
ନୂଆଦିଲ୍ଲୀ : ଆଜି ଭାଲେଣ୍ଟାଇନ୍ସ ଡେ’ । ଯୁବପୀଢ଼ୀମାନେ ଏହାକୁ ଜୋରଦାର ପାଳନ କରୁଛନ୍ତି । ଲଭ ବାର୍ଡଙ୍କ ପାଇଁ ଏହି ଦିନଟି ସତନ୍ତ୍ର । କିନ୍ତୁ ଏହାର ଅର୍ଥ ନୁହେଁଯେ, ଯେଉଁମାନେ ବିବାହିତ ଅଛନ୍ତି ସେମାନେ ଏହାକୁ ପାଳନ କରନ୍ତି ନାହିଁ । ଯଦିଓ ଅନେକ ସିଙ୍ଗଲ୍ସ ଏହାକୁ ପାଳନ କରିବାରୁ ବଞ୍ଚିତ ଅଛନ୍ତି । ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ଜଣେ ଯୁବକ ଏକ ପୋଷ୍ଟର ମାଧ୍ୟମରେ ସିଙ୍ଗଲ୍ସ ଥିବାର ଯନ୍ତ୍ରଣାକୁ ବହୁତ ଭଲ ଭାବରେ ବର୍ଣ୍ଣନା କରୁଛନ୍ତି । କେବଳ ଏତିକି ନୁହେଁ, ସିଙ୍ଗଲ୍ସମାନଙ୍କୁ ଉତ୍ସାହିତ କରିବା ସହିତ ସେ ଅନେକ ସମୟରେ ଅନ୍ୟାନ୍ୟ ସମସ୍ୟା ଉଠାଇଥାନ୍ତି । ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହି ଭାଇରାଲ ଭିଡିଓଟି ବିହାରର ଦାରଭଙ୍ଗା ଜିଲ୍ଲାର ବୋଲି ଜଣାପଡ଼ିଛି । ଏହି ଭିଡିଓରେ ଜଣେ ଯୁବକ ହାତରେ ପୋଷ୍ଟର ଧରି ଦାରଭଙ୍ଗା ମହାରାଜ କ୍ୟାମ୍ପସରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି । ଯୁବକଜଣଙ୍କ ହାତରେ ଏକ ପୋଷ୍ଟର ଧରିଛନ୍ତି । ଯୁବକ ପୋଷ୍ଟର ଧରି ଦୀର୍ଘ ସମୟ ଧରି ଛିଡ଼ା ହୋଇଛନ୍ତି । ସବୁଠାରୁ ମଜାଦାର କଥା ହେଉଛି ଏହି ପୋଷ୍ଟରରେ ଲେଖାଅଛି ଭଡ଼ାରେ ମିଳୁଛି ପ୍ରେମିକ । ତେବେ ଏହି ସମୟରେ ଯିବାଆସିବା କରୁଥିବା ଲୋକମାନେ ମଧ୍ୟ ତାଙ୍କୁ ଦେଖୁଛନ୍ତି ।
