ବଜ୍ରକାପ୍ତା ଉଦ୍ଧାର, ୨ବ୍ୟବସାୟୀ ଗିରଫ
କନ୍ଧମାଳ : କନ୍ଧମାଳ ଜିଲା ତୁମୁଡିବନ୍ଧ ବନ ବିଭାଗ ପକ୍ଷରୁ ଉଦ୍ଧର ହେଲା ବଜ୍ରକାପ୍ତା । ଏହି ମାମଲାରେ ୨ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ କରକୁଡୁପା ଅଞ୍ଚଳରେ ବେଆଇନ ଭାବେ ବଜ୍ରକାପ୍ତା ବ୍ୟବସାୟ କରାଯାଉଥିବା ନେଇ ଗୁପ୍ତ ସୂତ୍ରରୁ ସୂଚନା ପାଇଥିଲା ତୁମୁଡିବନ୍ଧ ବନ ବିଭାଗ । ସୂଚନା ପାଇ ଯୋଜନବଦ୍ଧ ଭାବେ ସେହି ଅଞ୍ଚଳରେ ଚଢାଉ କରିଥିଲା ବନ ବିଭାଗ । ଚଢ଼ାଉ କରି ଦୁଇ ବଜ୍ରକାପ୍ତା ବ୍ୟବସାୟୀଙ୍କୁ ଧରିବାରେ ସଫଳ ହୋଇଥିଲା । ଏହା ସହ ବଜ୍ରକାପ୍ତାକୁ ମଧ୍ୟ ଉଦ୍ଧାର କରିଥିଲା ବନବିଭାଗ ।
