ଶ୍ରୀମନ୍ଦିର କଟକଣା କୋହଳ! ଏଣିକି ଜଗା ଦର୍ଶନ ପାଇଁ ଦରକାର ନାହିଁ କୋଭିଡ୍ ସାର୍ଟିଫିକେଟ
ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ପାଇଁ ଆଉ ଟିକେ କୋହଳ ହେଲା କଟକଣା । ଦୀର୍ଘ ୨ ବର୍ଷ ପରେ ଶ୍ରାମନ୍ଦିର ଭିତରେ କୋହଳ ହେବ କଟକଣା । ଏଣିକି କେବଳ ମାସ୍କ ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ । ଏଣିକି ଜଗା ଦର୍ଶନ ପାଇଁ ଦରକାର ପଡିବନି ଟିକା ପ୍ରମାଣପତ୍ର । ଆସନ୍ତା ୨୧ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହେବ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଆଜି ଛତିଶା ନିଯୋଗ ବୈଠକ ବସିଥିଲା । ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଅଧିକାଂଶ ଡବଲ ଡୋଜ ନେଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ବୋଲି ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ସୂଚନା ଦେଇଛନ୍ତି । ଏବେ ଡବଲ ଡୋଜ ଟିକା ନେଇଥିବା ସାର୍ଟିଫିକେଟ ଦେଖାଇ ପ୍ରବେଶ କରିହେଉଥିଲା ।
ମିଳିଥିବା ସୂଚନା ଅନୁଯାୟୀ ଫେବୃଆରୀ ୨୧ରୁ ଶ୍ରୀମନ୍ଦିରରେ ସହଜ ହେବ ଜଗା ଦର୍ଶନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ କଟକଣା କୋହଳ କଲା ଶ୍ରୀମନ୍ଦିର ପ୍ରଶାସନ । ଏଣିକି ଦର୍ଶନ ପାଇଁ ଆବଶ୍ୟକ ପଡିବନି କରୋନା ଟିକା ପ୍ରମାଣପତ୍ର । ତେବେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତି ହୋଇଛି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାରଙ୍କ ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଥିଲା, ଯାହା ଶ୍ରଦ୍ଧାଳୁଙ୍କ ମନକୁ କଷ୍ଟ ଦେଉଥିଲା । ବଡଦାଣ୍ଡରେ ଥାଇ ଜଗା ମୁଣ୍ଡିଆ ମାରି ଭକ୍ତଙ୍କୁ ଫେରିବାକୁ ପଡୁଥିଲା । କିନ୍ତୁ ବର୍ତମାନ ରାଜ୍ୟରେ ଯେହେତୁ କରୋନା ସଂକ୍ରମଣ କମୁଛି, ତେଣୁ ସରକାର କରୋନା କଟକଣା କୋହଳ କରିଛନ୍ତି ।
ସୋମବାର ଅନୁଷ୍ଠିତ ନୀତି ସବ୍କମିଟି ଓ ଛତିଶା ନିଯୋଗ ବୈଠକ ବସିଥିଲା । ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପୁରୀ ଗସ୍ତ ସମ୍ପର୍କରେ ଆଲୋଚନା ହୋଇଥିଲା । ୧୯ ତାରିଖରେ ଦୁଇଦିନିଆ ଗସ୍ତରେ ଆସିବେ ରାଷ୍ଟ୍ରପତି । ସେ ୫ଟାରୁ ୫ଟା ୪୫ ମିନିଟ୍? ଭିତରେ ଶ୍ରୀମନ୍ଦିରରେ କରିବେ ଦର୍ଶନ । ରାଷ୍ଟ୍ରପତିଙ୍କ ପାଇଁ ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସେପଟେ ୨୧ ତାରିଖରୁ ଲାଗୁହେବ ନୂଆ ଏସଓପି । କୋହଳ ହେଲା ଦର୍ଶନ ବ୍ୟବସ୍ଥା । ହଟିବ କିଓସ୍କ କାଉଂଟର । ଆଉ ଭକ୍ତଙ୍କୁ ଦେଖାଇବାକୁ ପଡିବ ନାହିଁ କୋଭିଡ୍ ପ୍ରମାଣପତ୍ର । ପୂର୍ବପରି ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ନୀତିକାନ୍ତିକୁ ନେଇ ୨୦ରୁ ୨୫ ତାରିଖ ମଧ୍ୟରେ ବସିବ ନୀତି ସବକମିଟି ବୈଠକ । ମଙ୍ଗଳ ଆଳତୀ ନୀତି ଶୃଙ୍ଖଳିତ କରିବା ପାଇଁ ହେବ ନୀତି ସବକମିଟି ବୈଠକ । ଦ୍ୱାର ଫିଟାରୁ ରାତ୍ର ପହୁଡ଼ ନେଇ ସମସ୍ତ ନୀତି କିଭଳି ଆହୁରି ଶୃଙ୍ଖଳିତ ହେବ ସେନେଇ ଆଲୋଚନା କରାଯିବ ବୋଲି ନିଷ୍ପତି ହୋଇଛି ।
