ଫେକ ଭୋଟର ସାବଧାନ, ଧରାପଡ଼ିଲେ ଯିବେ ଜେଲ୍
ଭୁବନେଶ୍ୱର : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ମତଦାନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବ।ଚନ ଆୟୁକ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ନକଲି ମତଦାତାଙ୍କୁ ଆୟୁକ୍ତ ସତର୍କବାଣୀ ଶୁଣ ।ଇଛନ୍ତି । ନକଲି ମତଦାନ ବା ମତଦାନରେ ଜାଲିଆତି ରୋକିବା ପାଇଁ ଆୟୁକ୍ତ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି । କୌଣସି ଭୋଟର ନକଲି ବୋଲି ଜଣ ।ପଡ଼ିଲେ, ତାଙ୍କୁ ତୁରନ୍ତ ପୁଲିସ ଜିମା ଦିଆଯିବ । ଭୋଟରଙ୍କ ପରିଚୟ ଉପରେ ଆପତି ହେଲେ ଏଜେଂଟ ତାହାକୁ ଚ୍ୟ।ଲେଞ୍ଜ କରିପ ।ରିବେ । ଦୁଇ ଟଙ୍କ । ଦେଇ ଭୋଟରଙ୍କ ପରିଚୟକୁ ଏଜେଂଟ ଚ ।ଲେଞ୍ଜ କରିପାରିବେ । ଏହ ।ସହ ପ୍ରିଜାଇଡିଂ ଅଫିସରମାନେ ସ୍ପଟ୍ ଉପରେ ତାହାକୁ ଯାଞ୍ଚ କରିପ ।ରିବେ । ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ନକଲି ଭୋଟରଙ୍କୁ ପୁଲିସ ଜିମ । ଦିଆଯିବ । ସେହିପରି ଅଭିଯୋଗ ମିଥ୍ୟା ପ୍ରମାଣିତ ହେଲେ ସେ ଭୋଟ ଦେଇପାରିବେ । ଅନ୍ୟପକ୍ଷରେ ଜଣଙ୍କ ସ୍ଥ ।ନରେ ଅନ୍ୟ ଜଣେ ଭୋଟ ଦେଲେ ତାକୁ ଗଣନା କର ।ଯିବନାହିଁ । ସେହିପରି ପୋଲିଂ ଅଫିସରମ ।ନଙ୍କ ପାଇଁ ଭୋଟ ଦେବ । ବ୍ୟବସ୍ଥ । ରହିବ ନ ।ହିଁ ବୋଲି ମଧ୍ୟ ନିର୍ବ ।ଚନ ଆୟୁକ୍ତ କହିଛନ୍ତି ।
ଫେକ ଭୋଟ ଦେବାକୁ ମନରେ ଚିନ୍ତା ଅଛିକି ସାବଧାନ । କଡ଼ାକଡ଼ି ଚେକିଂ ହେବ । ଧରା ପଡ଼ିଲେ ଜେଲ ଯିବାକୁ ପଡିପାରେ । ୧୬ ତାରିଖରେ ରାଜ୍ୟରେ ପ୍ରଂଚାୟତ ନିର୍ବାଚନର ପ୍ରଥମ ପର୍ୟ୍ୟାୟ ଭୋଟ ଗହଣ ହେବ । ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଁଚିଛି । ନିର୍ବାଚନକୁ ସ୍ୱଚ୍ଛ ଏବଂ ନିରେପେକ୍ଷ କରିବା ପାଇଁ ଅନେକ ପଦକ୍ଷେପ ବି ନିଆଯାଇଛି । ତେବେ ନକଲି ଭୋଟର ସକ୍ରିୟ ରହୁଥିବା ଅନେକ ସମୟରେ ଅଭିଯୋଗ ହେଉଥିଲା । ନକଲି ମତଦାତାଙ୍କୁ ସତର୍କବାଣୀ ଶୁଣାଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଫେକ୍ ଭାବେ ଭୋଟ ଦେଲେ ଦିଆଯିବ ପୋଲିସର ଜିମା । ଫେକ୍ ଭୋଟରଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ୧- ଚାଲେଞ୍ଜ ଭୋଟର ଯଦି ପ୍ରାଥି ମାନଙ୍କ ଏଜେଣ୍ଡ କୌଣସି ଭୋଟରର ପରିଚୟ ଉପରେ ଆପତି ହେଲେ ଏଜେଂଟ ଚ୍ୟାଲେଞ୍ଜ କରିପାରିବେ । ୨ ଟଙ୍କା ଦେଇ ଭୋଟରଙ୍କ ପରିଚୟକୁ ଚାଲେଞ୍ଜ କରିପାରିବେ ଏଜେଂଟ । ଏହାସହ ପ୍ରିଜାଇଡିଂ ଅଫିସରମାନେ ସ୍ପଟ୍ ଉପରେ ଯାଂଚ କରିପାରିବେ । ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଭୋଟରଙ୍କୁ ପୋଲିସ ନିକଟରେ ଜିମା ଦିଆଯିବ । ସେହିପରି ଅଭିଯୋଗ ମିଛ ପ୍ରମାଣିତ ହେଲେ ସେ ଭୋଟ ଦେଇପାରିବ ଦ୍ୱିତୀୟଟି ହେଲେ ଟେଣ୍ଡେରଡ ଭୋଟର । ଯଦି ଜଣେ ଭୋଟର ବୁଥରେ ପହଂଚିବା ବେଳକୁ ତାଙ୍କ ଭୋଟ ଆଉ କିଏ ଦେଇ ଦେଇଥିବ ତେବେ ଏହାକୁ ଟେଣ୍ଡରଡ ଭୋଟ କୁହାଯିବ । ଏ କ୍ଷେତ୍ରରେ ବି ସେ ଚ୍ୟାଲେଞ୍ଜ କରିପାରିବେ । ତାଙ୍କୁ ଭୋଟ ଦେବାକୁ ଅନୁମତି ମିଳିବ କିନ୍ତୁ ତାଙ୍କ ବାଲଟ ପେପରକୁ ବାକ୍ସରେ ପକାନଯାଇ ଅଲଗା ରଖାଯିବ । ଯଦି ଗଣତି ସମୟରେ ପଳାଫଳ ଟାଇ ଅବସ୍ଥାକୁ ଆସେ ତେବେ ସେହି ଭୋଟଟିକୁ ଗଣନା କରାଯିବ । ସେପଟେ ନିର୍ବାଚନ କମିଶନ ଭୋଟ ଗଣତି ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଏହା ଅନୁଯାୟୀ ପ୍ରଥମ ଥର ପାଇଁ ବ୍ଲକରେ ସବୁ ବକ୍ସକୁ ଏକାଠି କରି ଗଣତି କରାଯିବ । ଜିଲ୍ଲାପରିଷଦ ଜୋନ ଅନୁଯାୟୀ ୮ଟି ପଂଚାୟତର ଗଣତି ଗୋଟିଏ ହଲରେ କରାଯିବ । ୩ ଦିନ ଭିତରେ ଗଣତି ସରିବ । ଗଣତି କେନ୍ଦ୍ରରେ ଅଲଗା ଅଲଗା ପ୍ରବେଶ ପ୍ରସ୍ଥାନ ଦ୍ୱାର ରହିବ । ଗୋଟିଏ ଟେବୁଲ ପାଇଁ ଜଣେ କାଉଂଟିଙ୍ଗ ସୁପରଭାଇଜର, ୨ ଜଣ କାଉଂଟିଙ୍ଗ ଆସିଷ୍ଟାଂଟ ଓ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ରହିବେ । ୱାର୍ଡ ମେମ୍ବର, ସମିତି ସଭ୍ୟ ଓ ସରପଂଚ ପ୍ରାର୍ଥୀମାନେ ଜଣେ ଲେଖାଏଁ କାଉଂଟିଙ୍ଗ ଏଜେଂଟ ଦେଇପାରିବେ । ଜିଲ୍ଲାପରିଷଦ ଜୋରେ ଥିବା ଗ୍ରାମ ପଂଚାୟତ ସଂଖ୍ୟାନୁସାରେ କାଉଂଟିଙ୍ଗ ଏଜେଂଟ ନିଯୁକ୍ତ ହେବେ ।
