ଆଚରଣ ବିଧି ଉଲ୍ଲଘଂନ! ନିର୍ବାଚନ କମିଶନଙ୍କ ନିକଟରେ ବିଜେପିର ଫେରାଦ
ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟରେ ଲାଗି ରହିଛି ଉଷ୍ମତା। ବିଭିନ୍ନ ରାଜନୈତିକ ଦଳ ପରସ୍ପର ବିରୋଧରେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣୁଛନ୍ତି। ପୁଣି ବିଜେଡି଼ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଥିବାର ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ଆଗରେ ଫେରାଦ ହୋଇଛି ବିଜେପି।
ପାରଳାଖେମୁଣ୍ଡିରେ ଏନ୍ଜିଓ ମାନଙ୍କ ମାଧ୍ୟମରେ ଟଙ୍କା ବାଣ୍ଟି ନିର୍ବାଚନ ବୈତରଣୀ ପାର ହେବାକୁ ବିଜେଡି଼ ଯୋଜନା କରିଛି। ଆଚରଣ ବିଧି ଲାଗୁ ହେବା ସତ୍ତ୍ବେ ବି ଖଲ୍ଲିକୋଟ ବିଶ୍ବବିଦ୍ୟାଳୟରେ ନିଯୁକ୍ତି ପାଇଁ ବିଜ୍ଞାପନ ବାହାର କରାଯାଇଛି। ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦଙ୍କ ସ୍ବାମୀ ବିଧାୟକ ପାଣ୍ଠିର ପ୍ରଲୋଭନ ଦେଖାଇ ଭୋଟ ପାଇଁ ଶପଥ କରୁଥିବାର ଭିଡି଼ଓକୁ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି।
