ଯୋଜନା ଅପହଞ୍ଚ! ତିନି କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ
ନୀଳଗିରି : ସରକାରଙ୍କ ଯୋଜନା ଅପହଞ୍ଚ, ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ। କେଉଁଠି ରାସ୍ତା ସମସ୍ୟା ତ ଆଉ କେଉଁଠି ଇଚ୍ଛା ଶକ୍ତିର ଅଭାବ। ସରକାରଙ୍କ ଏତେ ସବୁ ଯୋଜନା ଥାଇ ମଧ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ନିରିହ ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ସିଆଡିମାଳ ପଞ୍ଚାୟତରେ।
ସୂଚନା ଯେ, ସିଆଡ଼ିମାଳ ପଂଚୟତ ବାଙ୍କୀଶୋଳ ଗ୍ରାମର ତୁଫାଂନ ସିଂଙ୍କ ସ୍ତ୍ରୀ ବାସନ୍ତୀ ସିଂ ଦୁଇଦିନ ତଳେ ନିଜ ବାପଘର ଉକ୍ତ ପଂଚୟତର ସାନ୍ଦୁରିୟା ଗ୍ରାମକୁ ଆସିଥିଲେ। ରବିବାର ସନ୍ଧ୍ୟା ସମୟରେ ଗର୍ଭଜନ୍ତଣା ଆରମ୍ଭ ହୋଇଥିଲା। ଗର୍ଭଯନ୍ତ୍ରଣା ବଢିବା ସହିତ ଛଟପଟ ହେବାରୁ ପରିବାର ଓ ଗାଁ ଲୋକେ ତାଙ୍କୁ ମେଡିକାଲ ଆଣିବାକୁ ଏକ ଅଟୋ କୁ ଡାକିଥିଲେ। କିନ୍ତୁ ରାସ୍ତା ପାହାଡିଆ ଓ ଶୋଚନୀୟ ହୋଇଥିବା ଯୋଗୁଁ ଗାଁ’କୁ ପକ୍କା ସଡକ ନଥିବାରୁ ବୁଗାଳିବନ୍ଧ ଠାରେ ଅଟୋଟି ଅଟକି ଯାଇଥିଲା। ଗାଁ ଠୁଁ ତିନିକିମି ପାହାଡିଆ ରାସ୍ତା ପାର କରି
ଖଟିଆରେ ବୋହିଆଣି ବୁଗାଳିବନ୍ଧ ପହଞ୍ଚାଇଥିଲେ। ପରେ ଅଟୋରେ ଆଣି ନୀଳଗିରି ମେଡିକାଲ ରେ ଭର୍ତି କରିଥିଲେ। ଗର୍ଭବତୀଙ୍କ ଅବସ୍ଥା ଶୋଚନୀୟ ହୋଇଥିବାରୁ ଡାକ୍ତର ତାଙ୍କୁ ବାଲେଶ୍ଵର ସ୍ଥାନାନ୍ତର କରିଛନ୍ତି।
