ସରପଞ୍ଚ ସ୍ୱାମୀ ଓ ସମିତିସଭ୍ୟା ପ୍ରାର୍ଥୀଙ୍କ ପାଇଁ ଅଣ୍ଟା ଭିଡ଼ିଛନ୍ତି ପତ୍ନୀ ତନୁଜାସ୍ରୀ
ହାର-ଜିତ୍ ସ୍ଥିର କରିବ ପଞ୍ଚାୟତ ରାଜନୀତିର ଭବିଷ୍ୟତ
ନୀଳଗିରି : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣର ତାରିଖ ପାଖେଇ ଆସୁଛି । ଆଉ ଅଳ୍ପଦିନ ପରେ ହେବ ପ୍ରାର୍ଥୀମାନଙ୍କ ହେବ ଭାଗ୍ୟ ପରୀକ୍ଷା । ତେଣୁ ଅଧିକରୁ ଅଧିକ ମତଦାତାଙ୍କ ନିକଟରେ ପହଞ୍ôଚବା ଓ ସେମାନଙ୍କ ସମର୍ଥନ ହାସଲ ପାଇଁ ଏବେ ଦିନରାତି ଏକ୍ କରିଦେଇଛନ୍ତି ପ୍ରାର୍ଥୀ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଆରବନ୍ଦ ପଞ୍ଚାୟତର ଭାଜପା ସମର୍ଥନରେ ଛିଡ଼ା ହୋଇଥିବା ଖୋଲା ବହି ଚିହ୍ନରେ ସରପଞ୍ଚ ପ୍ରାର୍ଥୀ କୁଳମଣି ନାୟକ ଓ କେଟଲୀ ଚିହ୍ନରେ ସମିତିସଭ୍ୟା ପ୍ରାର୍ଥୀନି ବିନତା ମଢ଼େଇଙ୍କ ପ୍ରଚାର ଜୋରଦାର ଚାଲିଛି ।
କୁଳମଣି ପ୍ରଥମଥର ପାଇଁ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ହେଁ ତାଙ୍କ ପତ୍ନୀ ତନୁଜାସ୍ରୀ ନାୟକ ଆରବନ୍ଦ ପଞ୍ଚାୟତରେ ୨୦୧୭ ନିର୍ବାଚନରେ ସରପଞ୍ଚ ହୋଇଥିବାବେଳେ ସୁଚାରୁ ରୂପେ ଗୃହିଣୀ ଧର୍ମ ପାଳନ କରିବା ସହ ନୀଳଗିରି ସ୍ଥାନୀୟ ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କ ସହଯୋଗରେ ବିଗତ ଦିନରେ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରି ଚର୍ଚ୍ଚାରେ ରହିଥିଲେ । ତୃଣମୂଳସ୍ତରରେ ନିଜର ସଚ୍ଚୋଟତା, ଲୋକାଭିମୁଖୀ କାର୍ଯ୍ୟ, ଜନସେବା ଏବଂ ନିଶ୍କଳଙ୍କ ଛବି ପୁଞ୍ଜି କରି ଉକ୍ତ ଅଞ୍ଚଳରେ ହୋଇଥିବା ଉନ୍ନୟନ ମୁଳକ କାର୍ଯକୁ ଆହୁରି ଆଗକୁ ନେବା ପାଇଁ ପତ୍ନୀ ତନୁଜାସ୍ରୀ ଭୋଟରଙ୍କ ପାଖକୁ ଜାଇଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ସ୍ୱାମୀଙ୍କ କୁଳମଣି ସହ ସମିତିସଭ୍ୟା ପ୍ରାର୍ଥୀନୀ ବିନତା ମଢ଼େଇଙ୍କ ପାଇଁ ପତ୍ନୀ ତନୁଜାସ୍ରୀ ସେତିକି ତତ୍ପରତା ଦେଖାଉଛନ୍ତି । ଏପରିକି ନିଜ କର୍ମକର୍ତ୍ତା, ସମିତିସଭ୍ୟା ପ୍ରାର୍ଥୀନୀ ଓ ସ୍ୱାମୀଙ୍କ ସହ ମିଶି ଭୋଟରଙ୍କ ଦୁଆର ଦୁଆର ଜାଇ ଭୋଟରଙ୍କୁ ମନାଇବାରେ ବ୍ୟସ୍ତ । ଭୋଟରଙ୍କ ପାଖରେ କୁଳମଣି ନାୟକ ଓ ବିନତା ମଢ଼େଇ ନିକଟତର ହେଉଥିବାର ଦେଖିବାକୁ ମିଳିଛି । ଆରବନ୍ଦ ପଞ୍ଚାୟତରେ ୧୫ ଗୋଟି ୱାର୍ଡ଼କୁ ନେଇ ଗଠିତ ହୋଇଥିବା ବେଳେ ପ୍ରାୟ ସାଢ଼େ ତିନି ହଜାର ଭୋଟର ମତଦାନ କରିବେ ।
