ବାଲେଶ୍ୱର : ୧୧ନଂ. ଜୋନରେ ପୁଣି ବିଜୟର ବାନା ଉଡ଼ାଇବାକୁ ବିଜେପିର କସରତ
ନୀଳଗିରି : ବାଲେଶ୍ୱର ଜିଲା ୧୧ନଂ. ଜୋନରେ ଚଳିତ ପଂଚାୟତ ନିର୍ବାଚନରେ ୧୧ନଂ. ଜିଲା ପରିଷଦ ହାତେଇବା ପାଇଁ ଦୁଇ ପ୍ରମୁଖ ଦଳ ବିଜେପି-ବିଜେଡି ମଧ୍ୟରେ କଡ଼ା ଟକ୍କର ଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯାଇଛି । ୨୦୧୭ ପଂଚାୟତ ନିର୍ବାଚନରେ ବିଜେପି ଏହି ଜୋନଟିକୁ ହାତେଇଥିବା ବେଳେ ଏଥର ପୁଣି ବିଜୟର ବାନା ଉଡ଼ାଇବାକୁ ଜୋରଦାର କସରତ ଆରମ୍ଭ କରିଛି । ବିଜେପିର ଲୋକପ୍ରିୟତା ବନାମ ବିଜେଡିର ପତିଆରାକୁ ନେଇ ଲଢ଼େଇ ହେଉଛି ।
ସୂଚନା ନୀଳଗିରି ବ୍ଲକର ପ୍ରମୁଖ ଜିଲାପରିଷଦଜୋନ ଭାବରେ ବଣସୀମା ଅଚଂଳରେ ୯ ଗୋଟିପଂଚାୟତ କୁ ନେଇ ୧୧ନଂ. ଜୋନ ଗଠିତ । ଉକ୍ତ ଜୋନରେ ପୂର୍ବଥର ଜିଲାପରିଷଦ ବିଜେପି ହାତରେ ଥିବା ବେଳେ ଏଥର ମଧ୍ୟ ବିଜେପି ସମର୍ଥନ ପୂର୍ବ ପରି ବଜାୟ ରଖିବ ବୋଲି ଦୃଢ଼ ଆଶା ରଖିଛି । ୧୧ନଂ. ଜୋନ ବଣସୀମା ଅଂଚଳର ଭାରତୀୟ ଜନତା ପାର୍ଟିର ଏଥର ଅର୍ଜୁନ ମାରାଣ୍ଡି ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ତାଙ୍କର ଦୀର୍ଘ ଦିନର ରାଜନୈତିକ ଅଭିଜ୍ଞତାକୁ ପାଥେୟ କରି ଏବଂ ପୂର୍ବର ବିକାଶ ଧାରାକୁ ବଜାୟ ରଖିବା ସହିତ ତାଙ୍କର ନିର୍ମଳ ଭାବମୂର୍ତିକୁ ଲୋକେ ଗ୍ରହଣ କରୁଥିବା ଜଣାଯାଇଛି । ଉକ୍ତ ଜୋନରେ ଅର୍ଜୁନ ମାରାଣ୍ଡିକୁ ଲୋକେ ଗ୍ରହଣ କରି ଆଗାମୀ ନିର୍ବାଚନରେ ଜୟଯୁକ୍ତ କରାଇବାର ମନବନାଇ ନେଇଥିବା ରାଜନୈତିକବିଶ୍ଳେଷକ ମାନେ ମତବ୍ୟକ୍ତ କରିଛନ୍ତି । ଅର୍ଜୁନ ମାରାଣ୍ଡି ଗତ ପଂଚାୟତ ନିର୍ବାଚନରେ ଆରବନ୍ଧର ସମିତିସଭ୍ୟ ଭାବେ ନିର୍ବାଚିତ ହୋଇ ପଂଚାୟତ ବହୁମୁଖୀ ବିକାଶ କରୁଥିବା ବେଳେ ଚଳିତ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥୀଭାବେ ଉକ୍ତ ଜୋନ ପୂର୍ଣ୍ଣାମାତ୍ରାରେ ସହଯୋଗ ପାଇ ବିଜୟୀ ହେବା ସହ ବଣସୀମା ଅଂଚଳରେ ବିକାଶ ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କଜନକଲ୍ୟାଣକାରୀ ଯୋଜନାକୁ ଘରେଘରେ ପହଂଚାଇବେବୋଲି ମତବ୍ୟକ୍ତ କରିଛନ୍ତି ।
